ପଶ୍ଚିମବଙ୍ଗରେ ଅଣ୍ଡରୱାଟର ମେଟ୍ରୋ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ସ୍କୁଲ ପିଲାଙ୍କ ସହ ମେଟ୍ରୋରେ କଲେ ଯାତ୍ରା

91

କନକ ବ୍ୟୁରୋ : ପୂରଣ ହେଲା ଶହେ ବର୍ଷର ସ୍ୱପ୍ନ, ପାଣି ତଳେ ଦୌଡିଲା ମେଟ୍ରୋ ଟ୍ରେନ୍ । କୋଲକାତାରେ ମେଟ୍ରୋ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଂଟ  । କୋଲକାତା ମେଟ୍ରୋର ସମ୍ପ୍ରସାରଣ କରାଯାଇଥିବା ବେଳେ ହାୱଡା ମୈଦାନ-ଏସପ୍ଲାନେଡ ଯାଏ ନଦୀ ଭିତରେ ଏହି ଅଣ୍ଡର ୱାଟର ମେଟ୍ରୋ ପ୍ରକଳ୍ପର ନିର୍ମାଣ କରାଯାଇଛି । ପଶ୍ଚିମବଙ୍ଗରେ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପାଣି ଭିତରେ ଦୌଡ଼ିଲା ମେଟ୍ରୋ
-ଗ୍ରୀନ ଲାଇନରେ ଆସୁଛି ଏହି ଅଣ୍ଡର ୱାଟର ମେଟ୍ରୋ ଟନେଲ
-ଏହାର ଲମ୍ବ ପ୍ରାୟ ୧୬.୫ କିଲୋମିଟର
-ଏହା ଭୂପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି ।
-ହାୱଡା ମେଟ୍ରୋ ଷ୍ଟେସନ ଦେଶର ପ୍ରଥମ ଏବଂ ଗଭୀରତମ ମେଟ୍ରୋ ଷ୍ଟେସନ ହୋଇଛି ।

ଏହି ଅବସରରେ ପଶ୍ଚିମବଙ୍ଗ ବାସୀଙ୍କୁ ଅନେକ ମେଟ୍ରୋ ପ୍ରକଳ୍ପ ସହ ଦ୍ରୁତ ଗମନାଗମନ ପ୍ରକଳ୍ପ ଭେଟି ଦେଇଛନ୍ତି ମୋଦୀ । ୧୯୭୧ ମସିହାରେ ମାଷ୍ଟରପ୍ଲାନରେ କରିଡରକୁ ବଛାଯାଇଥିଲ।। । ହାୱାଡା କୋଲକାତା ପଶ୍ଚିମବଙ୍ଗର ଦୁଇ ଶତାଦ୍ଦୀ ପୁରୁଣା ଐତିହ୍ୟ ସହର । ହୁଗୁଳୀ ତଳେ ଏହି ଦୁଇ ସହରକୁ ସଂଯୁକ୍ତ କରିବ ଟନେଲ ।ମେଟ୍ରୋ ଟ୍ରେନ ଉଦଘାଟନ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ସହ ଯାତ୍ରା କରିବା ପରେ ଖୁସି ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀ ଅଣ୍ଡରୱାଟର ମେଟ୍ରୋ ପୂର୍ବ-ପଶ୍ଚିମ କରିଡର ପ୍ରକଳ୍ପର ଏକ ଭାଗ ଅଟେ ।