ଐତିହ୍ୟ ରୂପ ପାଇଲା ମୋଦୀ ଚା’ ବିକୁଥିବା ରେଳ ଷ୍ଟେସନ : ଗୁଜୁରାଟ ବଡ଼ନଗର ଷ୍ଟେସନରେ ପିଲାଦିନେ ବାପାଙ୍କ ସହ ମିଶି ଚା’ ବିକୁଥିଲେ ପ୍ରଧାନମନ୍ତ୍ରୀ

3,916

କନକ ବ୍ୟୁରୋ : ଐତିହ୍ୟ ରୂପ ପାଇଛି ମୋଦୀ ଚା’ ବିକୁଥିବା ରେଳ ଷ୍ଟେସନ  । ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ରେଳ ଷ୍ଟେସନର ଉଦଘାଟନୀ ସମୟରେ ଉପସ୍ଥିତ ଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାଦିନେ ଗୁଜୁରାଟରେ ବଡ଼ନଗର ରେଳ ଷ୍ଟେସନରେ ଲୋକଙ୍କୁ ଚା ବିକୁଥିଲେ । ବାପାଙ୍କ ସହିତ ମିଶି ସେ ଏହି କାମ କରୁଥିଲେ । ଏହି ଷ୍ଟେସନ ମୋଦୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି ।

ରେଳ ବିଭାଗ ପକ୍ଷରୁ ସେହି ଷ୍ଟେସନକୁ ଐତିହ୍ୟ ରୂପ ଦିଆଯାଇ ଥିବାବେଳେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ମୋଦୀ ବଡ଼ନଗରରେ ଜନ୍ମ ହୋଇଥିଲେ । ୬ ଭାଇ ଭଉଣୀଙ୍କ ମଧ୍ୟରେ ମୋଦୀ ଥିଲେ ତୃତୀୟ ସନ୍ତାନ । ତାଙ୍କ ବାପା ଏହି ଷ୍ଟେସନରେ ଚା’ ବିକ୍ରି କରୁଥିଲେ । ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ମୋଦୀ ତାଙ୍କ ବାପାଙ୍କୁ ବ୍ୟବସାୟରେ ନିୟମିତ ଭାବେ ସାହାର୍ଯ୍ୟ କରି ଆସୁଥିଲେ । ଷ୍ଟେସନରେ ଯେତେବେଳେ ଟ୍ରେନ ଅଟକୁଥିଲା ମୋଦୀ ସେତେବେଳେ ଲୋକଙ୍କ ପାଖରେ ଚା’ ପହଂଚାଉଥିଲେ । ପିଲାଦିନୁ ଦାରିଦ୍ର୍ୟକୁ ଅତି ନିକଟରୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ।