ବିଶାଳ ଗ୍ୟାରେଂଟି ସମାବେଶରେ ଗ୍ୟାରିଂଟି ଦେଲେ ମୋଦୀ । କହିଲେ, ଯାହାର କେହି ନାହିଁ ତାର ମୋଦୀ ଅଛି, ରାଜ୍ୟବାସୀଙ୍କ ପାଇଁ ୬୮ହଜାର କୋଟି ପ୍ରକଳ୍ପର କଲେ ଶୁଭାରମ୍ଭ

ବିଶାଳ ଗ୍ୟାରେଂଟି ସମାବେଶରେ ଗ୍ୟାରିଂଟି ଦେଲେ ମୋଦୀ । କହିଲେ, ଯାହାର କେହି ନାହିଁ ତାର ମୋଦୀ ଅଛି, ରାଜ୍ୟବାସୀଙ୍କ ପାଇଁ ୬୮ହଜାର କୋଟି ପ୍ରକଳ୍ପର କଲେ ଶୁଭାରମ୍ଭ

କନକ ବ୍ୟୁରୋ : ଆଜି ସାରା ରାଜ୍ୟର ନଜର ରହିଥିଲା ସମ୍ବଲପୁର ଉପରେ । କାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମ୍ବଲପୁର ଆସିଥିଲେ ମୋଦୀ । ରେମେଡ୍ ସାଧାରଣ ସଭାରୁ ନିର୍ବାଚନୀ ବିଗୁଲ ବଜାଇବେ ବୋଲି ଜୋରଦାର ଆକଳନ କରାଯାଉଥିଲା । ଜୟ ଜଗନ୍ନାଥ ଓ ଜୟ ମା’ ସମଲେଇ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ।

ଏହି ସାଧାରଣ ସଭାର ନାଁ ରହିଥିଲା ‘ବିଶାଳ ମୋଦୀ ଗ୍ୟାରେଂଟି ସମାବେଶ’ । ପ୍ରାୟ ୪୦ ମିନିଟ୍ ଧରି ସାଧାରଣ ସଭାକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦୀ କହିଥିଲେ –
ମୋଦୀଙ୍କ ଗ୍ୟାରେଂଟି ମାନେ ଗ୍ୟାରେଂଟି ପୂରା ହେବାର ଗ୍ୟାରେଂଟି
ଦିଲ୍ଲୀରେ କଂଗ୍ରେସ ସରକାର ଓଡ଼ିଶାକୁ ତା’ର ହକ୍ ଦେଉନଥିଲା
ଏବେ ଓଡ଼ିଶାର ବିକାଶ ପାଇଁ ଅହରହ ଉଦ୍ୟମ କରୁଛନ୍ତି ମୋଦୀ ସରକାର
ରାଜ୍ୟର ୨୫ ଲକ୍ଷ ଲୋକ ପକ୍କା ଘର ପାଇଛନ୍ତି
ପିଏମ୍ କିଷାନରେ ଓଡ଼ିଶାର ୪୦ ଲକ୍ଷ ଚାଷୀଙ୍କୁ ଲାଭ ମିଳୁଛି
ଓଡ଼ିଶାରୁ ୧ ଲକ୍ଷ ୧୦ ହଜାର କୋଟିର ଧାନ କିଣିଛନ୍ତି
ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି
ବିଜେପି ସରକାର ଆସିଲେ ହୀରାକୁଦରେ ପର୍ଯ୍ୟଟନର ବିକାଶ ହେବ

ରାଜନୀତିର ଶାଣିତ ଆକ୍ରମଣ ନକରି କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଥିଲେ ପ୍ରଧାନମନ୍ତ୍ରୀ । କଂଗ୍ରେସକୁ କଟାକ୍ଷ କରିଥିଲେ, କିନ୍ତୁ ବିଜେଡି ସରକାରଙ୍କ ସଂପର୍କରେ କିଛି କହିନଥିଲେ । ଯାହାକୁ ନେଇ ପ୍ରତିକ୍ର୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ପଂଚାନନ କାନୁନଗୋ ।

ମୋଦୀଙ୍କ ଏହି ବିଶାଳ ସମାବେଶରେ ପ୍ରବଳ ଜନସମାଗମ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବିଜେପି ସାଂସଦ, ନେତା ଓ କର୍ମୀ ଏହି ସମାବେଶରେ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe