ୟୁଏଇ ମାଟିରେ ଖୋଲିଲା ପ୍ରଥମ ହିନ୍ଦୁ ମନ୍ଦିର । ପ୍ରଧାନମନ୍ତ୍ରୀ ମୋଦୀ କଲେ ଉଦଘାଟନ

200

କନକ ବ୍ୟୁରୋ : ୟୁଏଇ ଆବୁଧାବିରେ ପହଁଚି ଏଠାକାର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ହେଉଛି ୟୁଏଇର ପ୍ରଥମ ହିନ୍ଦୁ ମନ୍ଦିର । ୫ବର୍ଷର ନିର୍ମାଣ କାମ ପରେ ଏବେ ଏହା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି । ବିଦେଶ ମାଟିରେ ଦେଖିବାକୁ ମିଳିଛି ଭାରତୀୟ ସଂସ୍କୃତି ପରମ୍ପରା ଐତିହ୍ୟର ଝଲକ । ୭୦୦ କୋଟି ଟଙ୍କାରେ ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣରେ ଲାଗିଛି କେବଳ ଗୋଲପୀ ରଙ୍ଗ ମାର୍ବଲ ପଥର ୨୭ଏକ ଜମିରେ ମନ୍ଦିର ନିର୍ମିତ କରାଯାଇଛି । ମନ୍ଦିରର ଉଚ୍ଚତା ୧୦୮ଫୁଟ ଓ ୪୦୨ ସ୍ତମ୍ଭ ରହିଥିବାବେଳେ ଏଥିରେ କୌଣସି ପ୍ରକାର ଷ୍ଟିଲ ଓ ଲୁହାର ବ୍ୟବହାର କରାଯାଇନି । ବିଏପିଏସ ସ୍ୱାମୀନାରାୟଣ ସଂସ୍ଥା ୧୯୯୭ର ମନ୍ଦିର ନିର୍ମାଣ ପାଇଁ କଳ୍ପନା କରିଥିଲେ ଓ ୨୦୧୯ରେ ମନ୍ଦିରର ଆଧାରଶିଳା ରଖାଯାଇଥିଲା । ୫ବର୍ଷ ପରେ ନିର୍ମାଣ କାମ ଶେଷ ହୋଇଛି ।

ମନ୍ଦିର ଉଦଘାଟନ ପୂର୍ବରୁ ମୋଦୀ ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ସମ୍ବୋଧିତ କରିଥିଲେ । ବିଦେଶ ମାଟିରେ ଭାରତର ସଫଳତା, ଉପଲବ୍ଧି ବଖାଣିଥିଲେ । ୟୁଏଇ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷାୀକ ଆଲୋଚନା କରାଯିବା ସହ ରୁପେ କାର୍ଡ ଲଂଚ କରାଯାଇଛି । ଅର୍ଥାତ ଭାରତର ରୂପେ କାର୍ଡ ୟୁଏଇରେ ମଧ୍ୟ କାମ କରିବ ।

ୟୁଏଇକୁ ଭାରତର ପ୍ରକୃତ ବନ୍ଧୁ କହିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ସହଯୋଗଭିତିରେ ବଢ଼ିବା ନେଇ ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ । ବିଦେଶମାଟିରେ ମୋଦୀ ଗ୍ୟାରେଂଟି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ତୃତୀୟ ଥର ଶାସନ ସମୟରେ ଭାରତକୁ ବିଶ୍ୱର ତୃତୀୟ ଅର୍ଥନୀତିରେ ପରିଣତ ହେବ ।