କନକ ବ୍ୟୁରୋ : ସାଂସଦଙ୍କ ସହ ଏକାଠି ମିଶି ଭୋଜନ କଲେ ପ୍ରଧାନମନ୍ତ୍ରୀ । ଶୁକ୍ରବାର ହଠାତ ୮ଜଣ ସାଂସଦଙ୍କୁ ଆସିଥିଲା ଫୋନ କଲ । କଲ ପାଇବା ପରେ ସାଂସଦମାନେ ମୋଦୀଙ୍କ ନିକଟରେ ପହଁଚିଥିଲେ । ପରେ ସେମାନଙ୍କୁ ଏକାଠି ନେଇ ସଂସଦର କ୍ୟାଟିଂନକୁ ଆସିଥିଲେ ପ୍ରଧାନମନ୍ତ୍ରୀ । ମୋଦୀ , ୪ ଦଳର ୮ଜଣ ସାଂସଦଙ୍କ ସହ ଏକାଠି ମିଶି ମଧ୍ୟାହ୍ନ ଭୋଜନ କରିଥିଲେ । ବିଜେପି ସାଂସଦ ହୀନା ଗାବିତ, ଏଲ ମୁରଗନ, ଏସ ଫାନଗୋନନ କୋନୟାକ, ବିଏସପିର ରିତେଶ ପାଣ୍ଡେ, ଟିଡିପି ସାଂସଦ ରାମମୋହନ ରେଡ୍ଡୀ, ବିଜେଡି ସାଂସଦ ସସ୍ମିତ ପାତ୍ର ଏବଂ ଲଦାଖ ସାଂସଦ ଜ୍ୟାମଙ୍ଗ ନମଗୟାଲ, ଉପସ୍ଥିତ ଥିଲେ । ସୂଚନା ଅନୁସାରେ ଏହି ସାଂସଦମାନଙ୍କୁ ଦିନ ୨ଟା ୩୦ରେ ଏକ ଫୋନ କଲ ଆସିଥିଲେ । କେହି ବି ଜାଣିନଥିଲେ କ’ଣ ପାଇଁ ପ୍ରଧାନମନ୍ତ୍ରୀଙ୍କ କଲ ଆସିଛି । ମୋଦୀ ଭେଟିବା ପରେ ସାଂସଦଙ୍କୁ ଭୟଭୀତ ନହେବାକୁ କହିଥିଲେ । ସାଂସଦମାନଙ୍କୁ ଏକାଠି ନେଇ ପହଁଚିଥିଲେ ସଂସଦର କ୍ୟାଂଟିନରେ । ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନରେ ଥିଲା ବିିଭିନ୍ନ ଶାକାହାରୀ ବ୍ୟଞ୍ଜନ । ଖିଆପିଆ ସହ ମୋଟ ୪୫ ମିନିଟ ଧରି ଚାଲିଥିଲା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା । ଏହି ସମୟରେ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କଠୁ ତାଙ୍କ ଦିନଚର୍ଯ୍ୟା ବିଷୟରେ ପଚାରିବୁଝିଥିବା ଜଣାପଡିଛି । ଏଥିସହ ଆବୁଧାବିରେ ଉଦଘାଟନ ହେବାକୁ ଥିବା ପ୍ରଥମ ହିନ୍ଦୁ ମନ୍ଦିର ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥିବା ଜଣାପଡିଛି ।