ନେପାଳରେ ମୋଦିଙ୍କ ମନ୍ଦିର ଡିପ୍ଲୋମାସି : ମୁକ୍ତିନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

22

କନକ ବ୍ୟୁରୋ : ନେପାଳରେ ମୋଦିଙ୍କ ମନ୍ଦିର ଡିପ୍ଲୋମାସି । ନେପାଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସେଠାରେ ମୁକ୍ତିନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ମନ୍ଦିରରେ ସେ ପୂଜାର୍ଚ୍ଚନା କରିଥିଲେ । ଏଠାରେ ସେ ପରମ୍ପରା ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ଭଗବାନଙ୍କ ମୂର୍ତ୍ତି ଉପରେ ସେ ଫୁଲ ବି ଚଢାଇଥିଲେ । ପୂଜାର୍ଚ୍ଚନା କରିବା ସମୟରେ ମନ୍ଦିରର ଦୁଇଜଣ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ । ପୁରାଣ କଥା ଅନୁସାରେ, ସୃଷ୍ଟିର ଆରମ୍ଭରୁ ରହିଛି ମୁକ୍ତିନାଥ ମନ୍ଦିର । ଏଠାରେ ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ପୂଜା କରାଯାଏ ।

 

ମୁକ୍ତିନାଥ ମନ୍ଦିର ହିମାଳୟରୁ ୩ ହଜାର ୭ ଶହ ମିଟରରୁ ଅଧିକ ଉଚ୍ଚରେ ରହିଛି । ମୁକ୍ତିନାଥ ମନ୍ଦିର ପରେ ପ୍ରଧାନମନ୍ତ୍ରୀ କାଠମାଣ୍ଡୁର ପଶୁପତିନାଥ ମନ୍ଦିର ଯିବେ । ଗତକାଲି ସେ ଜନକପୁରର ଜାନକୀ ମନ୍ଦିର ଯାଇଥିଲେ । ଏହାପରେ ସେ ନେପାଳର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ।