ପାଣି ତଳେ ଚାଲିଲା ମେଟ୍ରୋ । ପଶ୍ଚିମବଙ୍ଗରେ ଅଣ୍ଡରୱାଟର ମେଟ୍ରୋ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

264

କନକ ବ୍ୟୁରୋ : ପଶ୍ଚିମବଙ୍ଗର ହୁଗୁଳି ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍ । ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗର ପୁରୁଣା ଐତିହ୍ୟ ସଂପନ୍ନ ସହର କୋଲକାତା ଓ ହାୱଡାକୁ ଗମନାଗମନ ସହଜ କରିବ ଅଣ୍ଡର ୱାଟର ମେଟ୍ରୋ । ହୁଗୁଳୀ ତଳେ ଏହି ଦୁଇ ସହରକୁ ସଂଯୁକ୍ତ କରିବ ଟନେଲ ।

ପାଣି ଭିତରେ ଦୌଡ଼ିଲା ମେଟ୍ରୋ
– ହୁଗୁଳି ନଦୀ ତଳେ ୫୨୦ମିଟରର ଟ୍ରେନ ଯାତ୍ରା
– ମେଟ୍ରୋ ପାଇଁ ନିର୍ମାଣ ହୋଇଛି ସ୍ୱତନ୍ତ୍ର ସୁଡ଼ଙ୍ଗ
– ଭୂପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି ସୁଡ଼ଙ୍ଗ
– ସୁଡଙ୍ଗରେ ଘଂଟା ପ୍ରତି ୮୦କିମି ବେଗରେ ଦୌଡ଼ିବ ମେଟ୍ରୋ
– ସୁଡଙ୍ଗ ନିର୍ମାଣରେ ୪,୯୬୫ କୋଟି ଟଙ୍କା ଖର୍ଚ୍ଚ
– ୫୨୦ମିଟରକୁ ୪୫ସେକେଣ୍ଡରେ କରିବ ଅତିକ୍ରମ

କୋଲକାତାରେ ମେଟ୍ରୋ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଂଟ । ସବୁଜ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରି ମେଟ୍ରୋରେ ବସି ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିଛନ୍ତି ମୋଦୀ ।

ପଶ୍ଚିମବଙ୍ଗବାସୀଙ୍କୁ ଅଣ୍ଡର ୱାଟର ମେଟ୍ରୋ ପ୍ରକଳ୍ପ ସହ ୧୫ ହଜାର ୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।