କନକ ବ୍ୟୁରୋ : ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ଜନସଭା । ସୋମବାର ଚିତୋରଗଢରେ ରାଲିକୁ ସମ୍ବୋଧିତ କରି ଗେହଲଟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଏଥରକ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଶାସନରୁ ହଟିବା ନେଇ ମୁଖ୍ୟମନ୍ତ୍ରୀ ଗେହଲଟ ଜାଣିସାରିଛନ୍ତି । ରାଜସ୍ଥାନରେ ଗତ ୫ବର୍ଷ ହେବ କଂଗ୍ରେସ ବିଶ୍ୱସନୀୟତା ହରାଇଛି । ଅପରାଧର ଶୀର୍ଷରେ ରହିଛି ରାଜ୍ୟ । ୫ବର୍ଷ ହେବ ରାଜସ୍ଥାନକୁ ଲୁଟିଛି କଂଗ୍ରେସ ସରକାର । ଏବେ ସମୟ ବିଦାୟର । ରାଜ୍ୟର ସର୍ବାଙ୍ଗୀନ ବିକାଶ କେବଳ ବିଜେପି କରିପାରିବ । ସେପଟେ ମୋଦୀଙ୍କ ରାଜସ୍ଥାନଗସ୍ତକୁ ନେଇ ବୟାନ ଦେଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ । ପାଇଲଟ କହିଛନ୍ତି ବିଜେପି ପୁଣି ଥରେ ରାଜସ୍ଥାନରେ ଫେଲ ମାରିବ, କଂଗ୍ରେସ ପୁଣି ଥରେ ସରକାର ଗଢିବ ।