ଦିଲ୍ଲୀରେ ବରିଷ୍ଠ ମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ବୈଠକ ଜାରି : ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା ସହ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା

229

କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବରିଷ୍ଠ ମନ୍ତ୍ରୀଙ୍କ ବୈଠକ ବସିଛି । ସୋମବାର ସନ୍ଧ୍ୟାରେ ହୋଇଥିବା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଭୂପୃଷ୍ଣ ପରିବହନ ମନ୍ତ୍ରୀ ନିତିନ ଗଡକରୀ , ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ସଦାନନ୍ଦ ଗୌଡା ଓ ଅନ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ । ଗତ କିଛି ଦିନ ହେଲା ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟର ମନ୍ତ୍ରୀଙ୍କୁ ଭେଟୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ମନ୍ତ୍ରୀଙ୍କ ଫିଡବ୍ୟାକ ନେଉଛନ୍ତି । ଏହାଛଡା ମୋଦିଙ୍କ ବିଭିନ୍ନ ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା ସହ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ବି ଜୋର ଧରିଛି ।

ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ଖବର ଅନୁସାରେ, କିଛି ପ୍ରମୁଖ ମନ୍ତ୍ରଣାଳୟର ଫିଡବ୍ୟାକ ନେବାକୁ ପ୍ରଧାନମନ୍ତ୍ରୀ ବିିଭିନ୍ନ ମନ୍ତ୍ରୀଙ୍କୁ ଭେଟୁଛନ୍ତି । ଏହାଛଡା ଚର୍ଚ୍ଚା ହେଉଛି, କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି କିଛି ବଡ ସାମାଜିକ ଯୋଜନାର ଘୋଷଣା କରାଯାଇପାରେ । ଆଗାମୀ ବର୍ଷ ଉତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କିଛି ବଡ ଘୋଷଣା ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।