ବିଜେପି ତରଫରୁ ରାହୁଲ ଗାନ୍ଧୀଙ୍କ ନ୍ୟୁନତମ ଆମଦାନୀ ଗ୍ୟାରେଣ୍ଟି ବିଷୟରେ ଆଲୋଚନା କରାଯାଇଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ଯୋଜନା ବିଷୟରେ ଆଲୋଚନା କରିବାକୁ ଯାଇ କଂଗ୍ରେସ ଉପରେ ଅଭିଯୋଗ ଲଗାଇ କହିଛନ୍ତି ଯେ କଂଗ୍ରେସ ରାଜନୀତିର ବ୍ୟବସାୟ କରୁଛି । ଜେଟଲୀଙ୍କ ମୁତାବକ କଂଗ୍ରେସ ସପ୍ତ ଦଶନ୍ଧି ଧରି ଦେଶକୁ ଧୋକା ଦେଇଆସିଛି । ତେବେ ଏଠାରେ ଆପଣଙ୍କୁ କହିରଖୁଛୁ କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ୨୦୧୯ ନିର୍ବାଚନରେ କଂଗ୍ରେସ ପାର୍ଟି ଶାସନକୁ ଆସେ ତେବେ ୨୦% ନ୍ୟୁନତମ ଗରିବ ପରିବାରକୁ ପ୍ରତିବର୍ଷ ୭୨ ହଜାର ଟଙ୍କା ମିଳିବ । ଏହି ସ୍କିମ୍ ଦ୍ୱାରା ୨୫% ଲୋକ ଲାଭରେ ରହିବେ । ଏହି ଟଙ୍କା ନ୍ୟୁନତମ ଆମଦାନୀ ଗ୍ୟାରେଣ୍ଟି ଅନୁସାରେ ଦିଆଯିବ ।
ଜେଟଲୀ ଏହି ସ୍କିମରେ ପ୍ରଶ୍ନ ଉଠାଇ କହିଥିଲେ କଂଗ୍ରେସ ଆଜି ଯେଉଁ ଭରସା ଦେଉଛି ତାହା ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ହିଁ କରିଦେଇଛନ୍ତି । କଂଗ୍ରେସର ଇତିହାସ ଗରିବ ହଟାଇବା ବଦଳରେ ଗରିବକୁ ନେଇ ବ୍ୟବସାୟ କରିବାରେ ମାହିର ରହିଛି । ୧୯୭୧ ରେ ଇନ୍ଦିରା ଜୀଙ୍କ ନାରା ଥିଲା ଯେ “ଗରୀବି ହଟାଓ” କିନ୍ତୁ ଏହା କିଛି ନାହିଁ । କିଛି ନୂତନ ସୃଷ୍ଟି କରିବା ପାଇଁ ନୀତି ରହିବା ଆବଶ୍ୟକ ଯାହା ତାଙ୍କ ପାଖରେ ନଥିଲା । ଜେଟଲୀ ରାହୁଲଙ୍କ ଏହି ଯୋଜନାକୁ ଭିତ୍ତିହୀନ କହିବା ସହ ଗତ ୫ ବର୍ଷରେ କେନ୍ଦ୍ର ସରକାର ଡିବିଟି ମାଧ୍ୟମରେ ଲୋକଙ୍କୁ ସିଧାସଳଖ ଫାଇଦା ପହଞ୍ଚାଉଛନ୍ତି । ସେ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ଘୋଷଣାରେ ୧.୫ ଗୁଣା ଅଧିକା ଆମେ ଡିବିଟି ମାଧ୍ୟମରେ ଗରିବଙ୍କୁ ଦେଉଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/72660-fyebhrffrr-1552561258.jpg)
/kanak/media/post_attachments/wp-content/uploads/2019/03/rahul-gandhi-24-300x167.jpg)
/kanak/media/post_attachments/wp-content/uploads/2019/03/arun_jaitley-300x168.jpeg)