ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦୀ

636

କନକ ବ୍ୟୁରୋ : ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦି । ସୋଶିଆଲ ମିଡିଆରେ ପ୍ରିଷ୍ଟିନ ବିଚରେ ଉଠାଇଥିବା ଫଟୋ ତାଙ୍କ ସୋଶିଆଲ ମିଡିଆରେ ସେୟାର କରିଛନ୍ତି । ଲାକ୍ଷାଦ୍ୱୀପ ଗସ୍ତ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସମୁଦ୍ରରେ ସ୍କୁବା ଡାଇଭିଂ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି ଏସବୁ ମୂହୁର୍ତର ଫଟୋ ଓ ଭିଡ଼ିଓକୁ ନିଜ ସୋସିଆଲ ମିଡିଆ ଆକାଉଁଟ ଏକ୍ସରେ ସେୟାର କରିଥିବା ଦେଖିବାକୁ ମିଳିଛି । ଲାକ୍ଷାଦ୍ୱୀପର ଶାନ୍ତି ତାଙ୍କୁ ମନ୍ତ୍ରମୁଗ୍ଧ କରିଛି । ୧୪୦ କୋଟି ଭାରତୀୟଙ୍କର କଲ୍ୟାଣ କରିବା ପାଇଁ ଆହୁରି ଅଧିକ ପରିଶ୍ରମ କେମିତି କରାଯାଇପାରିବ ସେନେଇ ପ୍ରେରଣା ପାଇଥିବା ପ୍ରଧାନମନ୍ତ୍ରୀ ନିଜ କ୍ୟାପସନରେ ଉଲ୍ଲେଖ କରିଛନ୍ତି । ଲକ୍ଷଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ଏଥିସହ ୧୧ ଶହ ୪୦ କୋଟିର ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।