ଆସାମ କାଜିରଙ୍ଗା ନ୍ୟାସନାଲ ପାର୍କରେ ପ୍ରଧାନମନ୍ତ୍ରୀ । ହାତୀ ପିଠିରେ ବସି ଜାତୀୟ ଉଦ୍ୟାନ ବୁଲିଲେ ନରେନ୍ଦ୍ର ମୋଦୀ

122

କନକ ବ୍ୟୁରୋ : ହାତୀ ପିଠିରେ ବସି ବୁଲିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆସାମର କାଜିରଙ୍ଗା ପାର୍କକୁ ପରିଦର୍ଶନ ପାଇଁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ହାତୀ ପିଠିରେ ବସି ବୁଲିଛନ୍ତି । ଆସାମକୁ ଏବେ ଦୁଇ ଦିନିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସକାଳୁ ସକାଳୁ ମୋଦୀ କାଜିରଙ୍ଗା ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭରେ ପହଞ୍ଚିଥିଲେ । କାଜିରଙ୍ଗାକୁ ମୋଦୀଙ୍କ ଏହା ପ୍ରଥମ ଗସ୍ତ ।

ଏଠାରେ ପହଞ୍ଚିବା ପରେ ମୋଦୀ ହାତୀ ପିଠିରେ ବସି ପାର୍କ ବୁଲିଥିଲେ । ପ୍ରଧାନମନ୍ତ୍ରୀଙ୍କ କାଜିରଙ୍ଗା ପାର୍କର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଥିଲେ । ଆଜି ଆସାମରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଜୋରହାଟରେ ଅପରାହ୍ନରେ ମୋଦୀ ୧୨୫ ଫୁଟ ଉଚ୍ଚତାର ଷ୍ଟାଚ୍ୟୁ ଅଫ୍ ଭେଲରର ଉନ୍ମୋଚନ କରିବେ । ଏହାସହ ୧୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।