କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି । ଏହି ଭାରତୀୟ ମହାକାଶଚାରୀ ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ । ଏମାନେ ହେଉଛନ୍ତି, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କୃଷ୍ଣ, ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା । ଆଜି ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ମୋଦୀ ।

ଏହି ୪ ଜଣ ପାଇଲଟ୍ ଦେଶର ବାୟୁସେନାର ସବୁ ପ୍ରକାର ଫାଇଟର ଜେଟ୍ ଉଡାଇସାରିଛନ୍ତି । ସବୁପ୍ରକାର ଫାଇଟର ଜେଟ୍ ବିଷୟରେ ଏହି ୪ଜଣ ପାଇଲଟଙ୍କର ସବିଶେଷ ଜ୍ଞାନ ରହିଛି । ‘ଗଗନଯାନ’ ପାଇଁ ଏମାନେ ଋଷ ଯାଇ ପ୍ରଶିକ୍ଷଣ ନେଇଛନ୍ତି । ଏବେ ବେଙ୍ଗାଲୁରୁ ଏଷ୍ଟ୍ରୋନଟ୍ ଟ୍ରେନିଙ୍ଗ ଫ୍ୟାସିଲିଟିରେ ଏମାନଙ୍କ ଟ୍ରେନିଙ୍ଗ ଚାଲିଛି ।