କନକ ବ୍ୟୁରୋ : ରାମ ଜନ୍ମଭୂମିରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ବାଲ୍ମୀକି ବିମାନ ବନ୍ଦର, ଅଯୋଧ୍ୟା ରେଳ ଷ୍ଟେସନ, ଅମୃତ ଭାରତ ଉଦ୍ଘାଟନ କରିଛନ୍ତି । ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିଛନ୍ତି ମୋଦୀ । ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ୬ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦୀ । ମୋଦିଙ୍କୁ ବିରାଟ୍ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ଅଯୋଧ୍ୟାବାସୀ । ସ୍ୱାଗତ ପାଇଁ ଅଯୋଧ୍ୟା ରାମ ପଥରେ ବିଭିନ୍ନ ସ୍ଥାନରେ ୪୦ଟି ଷ୍ଟେଜ କରାଯାଇଥିଲା । ସେହି ଷ୍ଟେଜ ଗୁଡିକରେ ୧୪୦୦ ଲୋକନାଟ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଅଯୋଧ୍ୟାକୁ ମୋଦିଙ୍କ ୧୫ ହଜାର ୭ଶହ କୋଟିର ଭେଟି । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ରାମଙ୍କ ନଗରୀରୁ ଗଡ଼ିଲା ଅମୃତ ଭାରତ ଟ୍ରେନ
/kanak/media/post_attachments/wp-content/uploads/2023/12/25-34.jpg)