କନକ ବ୍ୟୁରୋ : ୱାଂଶିଟନ ଡିସିରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରିଛନ୍ତି ବାଇଡେନ ପ୍ରଶାସନ । କଡ଼ା ସୁରକ୍ଷା ଭିତରେ ବିମାନବନ୍ଦରରୁ ହ୍ୱାଇଟ ହାଉସରେ ମୋଦି ପହଁଚିଥିଲେ । ହ୍ୱାଇଟହାଉସରେ ମୋଦୀଙ୍କ କାରକେଡ ପହଁଚିବାପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ । କାର ନିକଟକୁ ଆସି ମୋଦୀଙ୍କ ହାତ ଧରି ସ୍ୱାଗତ କରିଥିଲେ ବାଇଡେନ । ପରେ ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନଙ୍କୁ ମୋଦୀ ସାକ୍ଷାତ କରିଥିଲେ । ଦୁଇ ରାଷ୍ଟ୍ରନେତା କିଛି ସମୟର କଥାର୍ବାତା କରିବା ପରେ ପରସ୍ପରକୁ ଉପହାର ପ୍ରଦାନ କରିଥିଲେ । ସାଥିରେ ନେଇଥିବା କିଛି ସ୍ୱତନ୍ତ୍ର ଉପହାରଗୁଡିକୁ ଜୋ ବାଇଡେନଙ୍କୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Advertisment

ବାଇଡେନଙ୍କୁ ମୋଦିଙ୍କ ଉପହାର
-ରାଜସ୍ଥାନର କାରିଗର ତିଆରି କରିଥିବା ହଲମାର୍କ ରୁପା ମୁଦ୍ରା
-ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ
-କର୍ଣ୍ଣାଟକର ଚନ୍ଦନକାଠ
-ତାମିଲନାଡୁର ଧଳା ରାଶି
-ରାଜସ୍ଥାନର ୨୪ କ୍ୟାରେଟ ସ୍ୱର୍ଣ୍ଣ ମୁଦ୍ରା
-ପଞ୍ଜାବର ଘିଅ
-ଝାଡଖଣ୍ଡର ଟସର କପଡା
-ଉତ୍ତରାଖଣ୍ଡର ଲମ୍ବା ସରୁ ଚାଉଳ
-ମହାରାଷ୍ଟ୍ରର ଗୁଡ଼
-ଚନ୍ଦନ ପେଡିରେ ରହିଛି, ରୁପାର ଗଣେଶ ମୂର୍ତି, ରୁପାର ତେଲ ଦୀପ ଓ ରୂପାର ନଡ଼ିଆ

ସେହିପରି ଫାଷ୍ଟ ଲେଡି ଜିଲ ବାଇଡେନଙ୍କୁ ଗ୍ରୀନ୍ ୭.୫ କ୍ୟାରେଟର ହୀରା ଉପହାର ଭାବେ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାଶ୍ମୀରରେ ତିଆରି ହୋଇଥିବା ଏକ ଆକର୍ଷଣୀୟ ଛୋଟ ପେଡିରେ ଏହି ହୀରାକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୋଦୀଙ୍କୁ ମଧ୍ୟ ଉପହାର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମୋଦୀଙ୍କୁ ଏକ ସ୍ୱତନ୍ତ୍ର କ୍ୟାମେରା ଓ ପୁସ୍ତକ ଉପହାର ଭାବେ ଦେଇଛନ୍ତି ବାଇଡେନ୍ । ଏହା ପରେ ଶିକ୍ଷାବିତ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ଭାରତର ପ୍ରଧାନମନ୍ତ୍ରୀଙ୍କ ଆତିଥ୍ୟଦେବାରେ କୌଣସିଥିରେ କିଛି କମ ରଖିନାହାଁନ୍ତି ଆମେରିକା ରାଷ୍ଟ୍ରପତି । ହ୍ୱାଇଟହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସ୍ୱତନ୍ତ୍ର ରାତ୍ରୀଭୋଜନ ଆୟୋଜିତ ହୋଇଥିଲା । ସୂଚନା ଅନୁସାରେ ମୋଦୀଙ୍କ ପାଇଁ ୧୦ଟି ନିରାମିଷ ବ୍ୟଞ୍ଜନ ରହିଥିଲା । ଯାହାକୁ ହ୍ୱାଇଟହାଉସର ମୁଖ୍ୟ ସେଫ ତଥା ଭାରତୀୟ ବଂଶୋଦ୍ଭବ ନୀନା କୁର୍ଟିସ ପ୍ରସ୍ତୁତ କରିିଥିଲେ । ନ୍ୟୁୟର୍କରୁ କାର୍ଯ୍ୟକ୍ରମ ଶେଷ କରି ୱାଶିଂଟନ ଡିସିରେ ପହଁଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେପଟେ ପ୍ରିୟ ନେତାଙ୍କୁ ଭେଟି ବେଶ ଖୁସି ପ୍ରକାଶ କରିଛନ୍ତି ଏଠାରେ ରହୁଥିବା ପ୍ରବାସୀୟ ଭାରତୀୟ

ଭାରତ-ଆମେରିକା ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଅଟର୍ମିସ ବୁଝାମଣା ମଧ୍ୟରେ ଚୁକ୍ତି ହୋଇଛି । । ଗୁରୁବାର ଦିନ ହ୍ୱାଇଟହାଉସରେ ଷ୍ଟେଟ ଭିଜିଟ ଡିନରର ଆୟୋଜନ କରାଯାଇଛି । ପରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ଓ ପରେ ମିଳିତ ସାମ୍ବାଦିକ ସମକିଳୀନୀ କାର୍ଯ୍ୟକ୍ରମ ରହିଛି । ଭାରତୀୟ ସମୟ ଅନୁସାରେ ରାତି ୧୨.୧୫ ମିନିଟିରେ ଆମେରିକା ସଂସଦରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଭାବେ ୨ୟ ଥର ପାଇଁ ମୋଦୀ ଆମେରିକା ସଂସଦରେ ଉଦବୋଧନ ଦେବେ । ୨୦୧୬ ମସିହା ପ୍ରଥମ ଆମେରିକାଗସ୍ତ ସମୟରେ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ