କନକ ବ୍ୟୁରୋ:‘ତେଜସ୍’ ଯୁଦ୍ଧ ବିମାନରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଳୁରୁରେ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ବେଙ୍ଗାଳୁରୁର ୟେଲହଙ୍କା ଏୟାରବେସ୍ରେ ପହଂଚିଥିଲେ ମୋଦୀ । ସେଠାରେ ‘ତେଜସ୍’ ଯୁଦ୍ଧ ବିମାନରେ ବସି ଉଡାଣ ଭରିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ତେଜସ୍’ରେ ସଫଳତାର ସହିତ ଉଡାଣ ପୂରଣ କରିଛି । ‘ତେଜସ୍’ରେ ଉଡିବାର ଅନୁଭବ ଅବିଶ୍ୱନୀୟ । ଆତ୍ମନିର୍ଭରତାରେ ଆମେ କାହାଠାରୁ ବି କମ୍ ନୁହଁ । ସ୍ୱଦେଶୀ କ୍ଷମତା ଉପରେ ଭରସା ଅଧିକ ବୃଦ୍ଧି ପାଇଛି । ‘ତେଜସ୍’ ଯୁଦ୍ଧ ବିମାନକୁ ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ବିକଶିତ କରାଯାଇଛି ।