କନକ ବ୍ୟୁରୋ : ଆଜି ବିଶ୍ୱର ଦୀର୍ଘତମ ନଦୀ ବିହାର ‘ଗଙ୍ଗାବିଳାସ’ର ଉଦଘାଟନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି । ବାରଣାସୀରୁ ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ଚାଲିବ ଏହି ଜଳ ଯାନ । ୫୧ ଦିନରେ ବିଭିନ୍ନ ଐତିହାସିକ ସ୍ଥାନ ବୁଲିବ ଏହି କ୍ରୁଜ୍ ।

Advertisment

ପୃଥିବୀର ଦୀର୍ଘତମ ନଦୀ ବିହାର ‘ଗଙ୍ଗା ବିଳାସ’

- ସର୍ବମୋଟ ୩୨୦୦ କିଲୋମିଟର ଯାତ୍ରା କରିବ
- ଏମଭି ଗଙ୍ଗା ବିଳାସ ୧୮ ଲକଜୁରୀ ସୁଇଟ ବିଶିଷ୍ଟ
- ୬୨.୫ ମିଟର ଲମ୍ବ ଏବଂ ୧୨.୮ ମିଟର ପ୍ରସ୍ଥର କ୍ରୁଜ୍
- ଏହି କ୍ରୁଜ୍ ୫୧ଦିନର ଯାତ୍ରା କରିବ
- ୨୭ଟି ନଦୀ ଅତିକ୍ରମ କରିବ
- ୫ଟି ରାଜ୍ୟ ଓ ୨ଟି ଦଶକୁ ଯାତ୍ରା କରିବ
- ଏହି ବିଳାସପୂର୍ଣ୍ଣ କ୍ରୁଜ୍ ବାରାଣସୀରୁ ବାହାରି ଗାଜିପୁର, ବକ୍ସାର ଓ ପାଟନା ଦେଇ କୋଲକାତାରେ ପହଁଚିବ
- ସୁନ୍ଦରବନ ଓ କାଜିରଙ୍ଗା ପରି ବିଭିନ୍ନ ଜାତୀୟ ଉଦ୍ୟାନ ଦେଇ ଏହା ଯିବ
- ବାଂଲାଦେଶ ନଦୀଦେଇ ଏହା ୧୫ ଦିନ ଯାତ୍ରା କରିବ
- ତାପରେ ଏହା ଗୁଆହାଟୀ ଦେଇ ଦିବ୍ରୁଗଡରେ ପହଁଚିବ
- ଗଙ୍ଗା ବିଳାସ ଭାରତର ଦୁଇଟି ବଡ ନଦୀ ଗଙ୍ଗା ଓ ବ୍ରହ୍ମପୁତ୍ରରେ ବିହାର କରିବ
- ବାଟରେ ଏହା ୫୦ରୁ ଅଧିକ ଐତିହ୍ୟ ସ୍ଥଳରେ ରହିବ
- ଏହି କ୍ରୁଜରେ ସବୁପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି
- ସଂଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ଜିମ୍, ସ୍ପା ରହିଛି
- ଏଥିସହ ଖୋଲା ଡେକରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭେଗ କରିବାର ସୁବିଧା ରହିଛି
- ଏହି କ୍ରୁଜରେ ୮୦ ଜଣ ପାସେଜଂର ଯାତ୍ରା କରିବାର ସୁବିଧା ଅଛି