କନକ ବ୍ୟୁରୋ : ୩ ରାଜ୍ୟରେ ବିଜେପିର ସାମ୍ଭାବ୍ୟ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଜନତା ଜନାର୍ଦ୍ଦନଙ୍କୁ ଜୁହାର । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଛି କି, ଭାରତର ଜନତାଙ୍କ ଭରସା ମାତ୍ର ସୁଶାସନ ଓ ବିକାଶର ରାଜନୀତି ଓ ଏହାର ଭରସା ବିଜେପି ହିଁ ଦେଇପାରିବ ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ବିଜେପି ଉପରେ ସ୍ନେହ, ବିଶ୍ୱାସ ଓ ଆର୍ଶିବାଦ ରହିଛି । ଯାହାର କାରଣ ରାଜ୍ୟମାନଙ୍କରେ ହେଉଥିବା ପରିଯୋଜନା, ବିଶେଷ କରି ମା ଓ ଭଉଣୀମାନଙ୍କ ପାଇଁ ହେଉଥିବା ଯୋଜନା ଲୋକଙ୍କର ବିଶ୍ୱାସ ବିଜେପି ପ୍ରତି ରହିଛି ।

ଏହି ବିଜୟୀ ଅବସରରେ ମୋଦୀ ଦଳର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଜେପିର ବିକାଶ ଓ ଗରିବ କଲ୍ୟାଣ ଯୋଜନା ଯେଭଳି ଭାବେ ଲୋକଙ୍କ ପାଖରେ ପହଂଚୁଛି ତାହାର ପ୍ରଭାବରେ ବିଜେପି ବିଜୟୀ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।