କନକ ବ୍ୟୁରୋ: ମେ ୧୪ରେ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ । ୧୩ରେ ବିଶାଳ ରୋଡ ଶୋ କରିବେ ମୋଦୀ । ୪ କିଲୋମିଟର ରୋଡ ଶୋ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ । ସୂଚନା ଅନୁସାରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତୃତୀୟଥର ପାଇଁ ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ମୋଦୀ । ତେବେ ଦୁଇଦିନ ପାଇଁ ସଜେଇ ହେଉଛି ବାରଣାସୀ । ସୂଚନା ଅନୁସାରେ କାଶୀ ବିଶ୍ୱନାଥଙ୍କ ପୂଜାପାଠ ପରେ ରୋଡ ଶୋ କରିବେ ମୋଦୀ ପରେ ନାମାଙ୍କନ ଦାଖଲ କରିବେ ।
ମେ ୧୪ରେ ବାରଣାସୀରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ । କାଶୀବିଶ୍ୱନାଥଙ୍କ ପୂଜା ପାଠ ପରେ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ ।
/kanak/media/post_attachments/wp-content/uploads/2024/05/30-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)