କନକ ବ୍ୟୁରୋ : ଅଯୋଦ୍ଧାରେ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷୀତଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷୀତ ଅନେକ ବର୍ଷ ହେବ ରୋଗରେ ପୀଡିତ ଥିଲେ । ଶନିବାର ସକାଳ ୬.୪୫ ମିନିଟ୍ ସମୟରେ ବାରଣାସୀରେ ତାଙ୍କର ଦେହାନ୍ତ ହୋଇଛି ।

Advertisment

ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତଙ୍କୁ ମୃତ୍ୟୁବେଳକୁ ୮୬ ବର୍ଷ ବୟସ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ମଣିକର୍ଣ୍ଣିକା ଘାଟରେ ସମାପ୍ତ ହେବ । ଆଚାର୍ଯ୍ୟ ଦିକ୍ଷୀତଙ୍କୁ କାଶୀର ବରିଷ୍ଠ ବିଦ୍ୱାନଙ୍କ ମଧ୍ୟରେ ଗଣତି କରାଯାଏ । ସେ ମୂଳତଃ ମହାରାଷ୍ଟ ସୋଲାପୁରର ବାସିନ୍ଦା । ହେଲେ ଅନେକ ବର୍ଷ ଧରି ସେ ନାଗପୁରର ନାସିକରେ ରହୁଥିଲେ । ସେ ବାରଣାସୀସ୍ଥିତ ମୀରଘାଟ ସ୍ଥିତ ସାଂଗବେଦ ମହାବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଭାବେ ମଧ୍ୟ କାମ କରୁଥିଲେ ।