‘ଜନତାଙ୍କ ଆଶୀର୍ବାଦ ହିଁ ମୋର ସବୁଠୁ ବଡ ସମ୍ପତ୍ତି’ । ବିକାଶ ପ୍ରକଳ୍ପ ଉଦଘାଟନ ସମୟରେ ଏପରି କହିଲେ ମୋଦୀ ।

‘ଜନତାଙ୍କ ଆଶୀର୍ବାଦ ହିଁ ମୋର ସବୁଠୁ ବଡ ସମ୍ପତ୍ତି’ । ବିକାଶ ପ୍ରକଳ୍ପ ଉଦଘାଟନ ସମୟରେ ଏପରି କହିଲେ ମୋଦୀ ।

କନକ ବ୍ୟୁରୋ: ଅବସର ଥିଲା ବିକାଶ ପ୍ରକଳ୍ପର ଉଦଘାଟନ ଉତ୍ସବ । ଉପସ୍ଥିତ ଥିଲେ ହଜାର ହଜାର ଜନତା । ଏହି ସମୟରେ ଜନସଭାକୁ ସମ୍ବୋଧନ କରୁ କରୁ ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଖିରେ ତାଙ୍କର ଲୁହ ଭରିଗଲା, କଣ୍ଠ ବାଷ୍ଫାକୁଳ ହୋଇଗଲା । ଫଳରେ କିଛି ସମୟେ ନୀରବ ରହିଗଲେ ମୋଦୀ । ଏହି ଘଟଣା ଘଟିଥିଲା ମହାରାଷ୍ଟ୍ରରେ ହଜାର ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ।

ପ୍ରଧାନମନ୍ତ୍ରୀ ମୋଦୀ ସୋଲାପୁରରେ ବିକାଶ ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ସମୟରେ ସେ ଲୋକଙ୍କୁ ସମ୍ବୋଧନ କରିଥିଲେ । ଏବଂ କହିଥିଲେ ସେ ଶହଶହ ଲୋକଙ୍କ ପାଇଁ ଘର ଖଣ୍ଡେ ଯୋଗାଡ କରିପାରିଥିବାରୁ ନିଜକୁ ଭାଗ୍ୟବାନ୍ ମନେ କରୁଛନ୍ତି । ଲୋକଙ୍କ ମନରୁ ଯେଉଁ ଆଶୀର୍ବାଦ ବାହାରୁଛି ତାହାହିଁ ତାଙ୍କ ପାଇଁ ସବୁଠୁ ବଡ ସମ୍ପତ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe