କନକ ବ୍ୟୁରୋ : ଟୋକିଓରେ ମହିଳା ହକି ଦଳର ଲଢୁଆ ପ୍ରଦର୍ଶନ ପରେ ମହିଳା ହକି ଖେଳାଳିଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓରେ ମହିଳା ହକି ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲା ବେଳେ କାନ୍ଦି ପକାଇଥିଲେ ମହିଳା ଖେଳାଳି ।

Advertisment

ମୋଦୀ କହିଥିଲେ, ଆପଣମାନଙ୍କ ପାଇଁ ଗର୍ବ ଅନୁଭବ କରୁଛି ଦେଶ । ହକିର ପରିଚୟକୁ ପୁର୍ନଜୀବିତ କରିଥିବା କହିଛନ୍ତି ମୋଦୀ । ଏବଂ ନିରାଶ ହେବାର ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଅନେକ ଦଶକ ପରେ ଦେଶରେ ହକି ପୁଣି ପୁର୍ନଜୀବିତ ହୋଇଛି । ଏବଂ ଆପଣମାନଙ୍କ କଷ୍ଟ ଯୋଗୁଁ ଏହା ସମ୍ଭବପର ହୋଇଛି ବୋଲି କହିଛନ୍ତି ମୋଦୀ ।