କନକ ବ୍ୟୁରୋ : ବାରମ୍ବାର ରେଳ ଦୁର୍ଘଟଣା ଓ ରେଳ ବିଭାଗର ବିଭିନ୍ନ ଅଘଟଣ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ରାପିଡ ରେଳର ଉଦଘାଟନ କରିଛନ୍ତି । ଏହି ରେଳ ଏବେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀର ଗାଜିଆବାଦରୁ ମେରଠ ପର୍ଯ୍ୟନ୍ତ ଯାତ୍ରା କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ବିଜେପି ସରକାର ଯାହାର ଶୀଳାନ୍ୟାସ କରିଥାଏ ତାହାର ଉଦଘାଟନ ନିଶ୍ଚିନ୍ତ କରିଥାଏ । ଏହା ସାରା ଦେଶ ପାଇଁ ଐତିହାସିକ କ୍ଷଣ । ସବୁଠାରୁ ବଡ କଥା ହେଉଛି ଏହି ରାପିଡ ରେଳର ସମସ୍ତ କର୍ମଚାରୀ ମହିଳା ଅଟନ୍ତି ।

Advertisment

ଋାପିଡ ରେଳର ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ପାଖାପାଖି ୪ବର୍ଷ ତଳେ ମୁଁ ଦିଲ୍ଲୀ-ଗାଜିଆବାଦ -ମେରଠ ରିଜିଓନାଲ କରିଡର ପ୍ରୋଜେକ୍ଟର ଶୀଳାନ୍ୟାସ କରିଥିଲି । ମାତ୍ର ୪ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହୋଇ ଏଠାରେ ରେଳ ଚଳାଚଳ ଆରମ୍ଭ କରିଛି ।

ଏହି ରେଳର ଷ୍ଟେସନ କଣ୍ଟ୍ରୋଲ, ସଂଚାଳନ, ଅପରେଶନ କଣ୍ଟ୍ରୋଲ ସେଣ୍ଟର, ଟ୍ରେନ୍ ଆଟେଣ୍ଡାଣ୍ଟ ଆଦି ପଦରେ କେବଳ ମହିଳା କର୍ମଚାରୀମାନେ କାମ କରିବେ । ଏହି ଟ୍ରେନର ଘଣ୍ଟାପ୍ରତି ବେଗ ୧୬୦ କିଲୋମିଟର । ସେପଟେ ଯଦି ଟ୍ରେନ ଭଡା ବାବଦରେ ଆଲୋଚନା କରିବା ତେବେ ସାଧାରଣ ବଗିରେ ଯାତ୍ରା କଲେ ଆପଣଙ୍କୁ ୧୦ କିଲୋମିଟର ପାଇଁ ମାତ୍ର ୨୦ ଟଙ୍କା ଦେବାକୁ ପଡିବ । ହେଲେ ଯଦି ଆପଣ ପ୍ରିମିୟମ କ୍ଲାସ ଓ ଷ୍ଟାଣ୍ଡାଡ କ୍ଲାସରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ଦୁଇଗୁଣା ଅଧିକ ଭଡା ଦେବାକୁ ପଡିବ ।