କନକ ବ୍ୟୁରୋ : ସିଡିଏସ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ ପାଲମ ବିମାନ ବନ୍ଦର ଯିବେ । କୁହାଯାଉଛି କି ପ୍ରଧାନମନ୍ତ୍ରୀ ରାତି ୯ ଟାରେ ସେଠାରେ ପହଞ୍ଚିବେ ଓ ରାୱତଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବେ । ଏହି କ୍ରମରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଏନଏସଏ ଅଜିତ ଡୋଭାଲ ବି ସେଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ସୁଲୁର ବିମାନ ବନ୍ଦରରୁ ଜେନରାଲ ବିପିନ ରାୱତଙ୍କ ସମେତ ସମସ୍ତ ୧୨ ଟି ଶବକୁ ଧରି ବିମାନ ଦିଲ୍ଲୀର ପାଲମ ବିମାନ ବନ୍ଦର ଅଭିମୁଖେ ଉଡାଣ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ୭.୩୦ ମିନିଟରେ ବିମାନଟି ପାଲମ ଏୟାରପୋର୍ଟରେ ପହଞ୍ଚିବ । ସେଠାରେ ପହଂଚିବା ପରେ ତାଙ୍କ ପାର୍ଥବ ଶରୀରକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ ।
PM Modi to pay respects to late CDS Bipin Rawat and other Armed Forces personnel at around 9 PM today.
Defence Minister, Minister of State for Defence, National Security Advisor and three Services chiefs will also be present. pic.twitter.com/DnG3fqG0Z9
— ANI (@ANI) December 9, 2021
ଅନ୍ୟପଟେ ଶୁକ୍ରବାର ୯ ଟା ସୁଦ୍ଧା ସିଡିଏସ ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନ ନିକଟକୁ ନିଆଯିବ । ସେଠାରେ ରାଷ୍ଟ୍ରୀୟ ମର୍ଜ୍ୟଦା ସହ ତାଙ୍କର ଅନ୍ତିମ ସଂସ୍କାର କରିବାର କାର୍ଯ୍ୟକ୍ରମ ରହିଛି ।