ମହାମାରୀ ବିରୋଧରେ ମହାଲଢେଇ । ଦେଶର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ଯୋଡ଼ି ହୋଇ କଲେ ଶୁଭାରମ୍ଭ

ମହାମାରୀ ବିରୋଧରେ ମହାଲଢେଇ । ଦେଶର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ଯୋଡ଼ି ହୋଇ କଲେ ଶୁଭାରମ୍ଭ

କନକ ବ୍ୟୁରୋ: ଆରମ୍ଭ ହେଲା ଦେଶର ସବୁଠାରୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ଯୋଡ଼ି ହୋଇ ଟିକାକରଣର କଲେ ଶୁଭାରମ୍ଭ । କହିଲେ ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ମାଗଣାରେ ଦିଆଯିବ ଟିକା । ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲକ୍ଷ୍ୟ । ବିଶେଷଜ୍ଞଙ୍କ ମତରେ ପ୍ରଥମ ଡୋଜର ଟିକା ନେବାର ପ୍ରାୟେ ମାସେ ପରେ ଦ୍ୱିତୀୟ ଡ଼ୋଜ ଦିଆଯିବ । ଟିକାକରଣ ପରେ ବି ସର୍ତକତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବଜାଇ ରଖିବାକୁ ପଡ଼ିବ । ଭାରତୀୟ ବୈଜ୍ଞାନିକଙ୍କ ବହୁ କସରତ ପରେ ମହାମାରୀ ବିରୋଧରେ ଲଢ଼ିବା ପାଇଁ ସମୟ ଆସିଯାଇଛି । ଭାରତର ବୈଜ୍ଞାନିକ ଟିକା ଉତ୍ପାଦନ କ୍ଷମତା ଉପରେ ସମଗ୍ର ବିଶ୍ୱର ବିଶ୍ୱାସ ରହିଛି । ବୈଜ୍ଞାନିକଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଖୁବ କମ୍ ସମୟ ମଧ୍ୟରେ କରୋନା ବିରୋଧରେ ଟିକା ପ୍ରସ୍ତୁତ ସମ୍ଭବ ହୋଇପାରିଛି । ବୈଜ୍ଞାନିକଙ୍କ ପ୍ରଚେଷ୍ଟାରୁ ମେଡ଼ ଇନ ଇଣ୍ଡିଆ ଟିକା ମଧ୍ୟ ପ୍ରସ୍ତୁତ ହୋଇ ପାରିଛି ।

ଆଜି ପୂର୍ବାହ୍ନ ୧୦.୩୦ରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଏହି ଅଭିଯାନର ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସବୁଠୁ ଅଧିକ ଆବଶ୍ୟକ କରୁଥିବା ବ୍ୟକ୍ତି ପ୍ରଥମେ ଟିକା ନେବେ।  ସାଧାରଣତଃ, ଟିକାଟିଏ ପ୍ରସ୍ତୁତ କରିବାକୁ ଅନେକ ବର୍ଷ ଲାଗେ କିନ୍ତୁ, ଖୁବ୍‌ ସ୍ୱଳ୍ପ ସମୟ ମଧ୍ୟରେ ଗୋଟିଏ ନୁହେଁ ‘ଭାରତରେ ନିର୍ମିତ’ ଦୁଇଟି ଟିକା ପ୍ରସ୍ତୁତ ହୋଇଛି। ଏହାଛଡ଼ା, ଅନ୍ୟ ଟିକା ପ୍ରସ୍ତୁତି ମଧ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି। ସମସ୍ତେ ପଚାରୁଥିଲେ ଟିକା କେବେ ମିଳିବ। ଏବେ ତ ଟିକା ମିଳିଲା। ଏହି ଅବସରରେ ମୁଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଦୁଇଟି ଟିକା ମଧ୍ୟରେ ଅନ୍ୟୂନ ଏକ ମାସ ବ୍ୟବଧାନ ରଖିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଟିକା ନେଇ ସାରିଲେ ମଧ୍ୟ ଜଣେ ମାସ୍କ୍‌ ପରିଧାନ ଏବଂ ସାମାଜିକ ଦୂରତ୍ୱ ଆଦି ସତର୍କତା ବର୍ଜନ କରିବା ଅନୁଚିତ।

ପ୍ରଥମ ପର୍ଯ୍ୟାୟରେ ୩ କୋଟି ଜନତାଙ୍କୁ ଟିକା ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକ ଟିକା ନେବେ। ଭାରତର ବୈଜ୍ଞାନିକ ଏବଂ ଟିକା ଉତ୍ପାଦନ ସାମର୍ଥ୍ୟ ଉପରେ ବିଶ୍ୱର ଅଗାଧ ବିଶ୍ୱାସ ରହିଛି। ଅନ୍ୟ ଦେଶରେ ପ୍ରସ୍ତୁତ ଟିକା ତୁଳନାରେ ଭାରତରେ ନିର୍ମିତ ଟିକା ଅପେକ୍ଷାକୃତ ଶସ୍ତା। ସ୍ୱଳ୍ପ ସମୟ ମଧ୍ୟରେ ଆମେ ଦୁଇଟି ଟିକା ପାଇଛନ୍ତି। ଏହା ଆମ ବୈଜ୍ଞାନିକମାନଙ୍କର ମେଧା ଓ ଦକ୍ଷତାର ପ୍ରମାଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe