ନ୍ୟାୟକୁ ନେଇ ଜବାବ ସୁଆଲ । ରାହୁଲ କହିଲେ, ମୋଦିଙ୍କ ବନ୍ଧୁଙ୍କଠୁ ଆସିବ ନ୍ୟାୟ ପାଇଁ ଟଙ୍କା, ମୋଦି କହିଲେ ୭୦ ବର୍ଷ ଧରି ଅନ୍ୟାୟ କରୁଥିବା କଂଗ୍ରେସ କହୁଛି ନ୍ୟାୟର କଥା ।

100

କନକ ବ୍ୟୁରୋ : ପୁଣି ମୁହାଁମୁହିଁ ରାହୁଲ-ମୋଦି । ୨୦୧୯ ନିର୍ବାଚନ ପାଇଁ ପ୍ରଚାର ଯେତିକି ଜୋର ଧରୁଛି, ଆରୋପ ପ୍ରତ୍ୟାରୋପ ରାଜନୀତି ମଧ୍ୟ ସେତିକି ତେଜିବାରେ ଲାଗିଛି । କର୍ଣ୍ଣାଟକର କୋଲାରରେ ଆଜି ନିର୍ବାଚନ ପ୍ରଚାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶାଣିତ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ତାଙ୍କ କର୍ପୋରେଟ୍ ବନ୍ଧୁଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି, ଯେଉଁମାନ ଦେଶକୁ ଲୁଟ୍ କରିଛନ୍ତି ।

ଏବେ ଦେଶରେ ନ୍ୟୁନତମ ଆୟ ଯୋଜନା ବା ନ୍ୟାୟ ଘୋଷଣା କରିଛି କଂଗ୍ରେସ । ଆଉ ନ୍ୟାୟ ଯୋଜନା ପାଇଁ ମୋଦିଙ୍କ କର୍ପୋରେଟ ବନ୍ଧୁଙ୍କ ଠାରୁ ଟଙ୍କା ଆସିବ ବୋଲି କହିଛନ୍ତି ରାହୁଲ ଗାନ୍ଧି । ସେପଟେ ତାମିଲନାଡୁର ଥେନି ନିର୍ବାଚନ ପ୍ରଚାର ସଭାରେ ରାହୁଲଙ୍କୁ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ମାନିଛି ଦେଶରେ ୬୯ ବର୍ଷ ଯାଏଁ ଅନ୍ୟାୟ କରିଛି, ତେଣୁ ଏବେ ନ୍ୟାୟର କଥା କହୁଛନ୍ତି ।