କନକ ବ୍ୟୁରୋ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ମହିଳା ଶକ୍ତିର ଆତ୍ମା ଏବଂ ସଫଳତାକୁ ନମସ୍କାର କରୁଛୁ। ସେ ଲେଖିଛନ୍ତି, ଯେପରି ମୁଁ କିଛି ଦିନ ପୂର୍ବରୁ କହିଥିଲି, ମୁଁ ମଧ୍ୟ ସେହିପରି କରୁଛି । ଆଜି, ସମୟ ସମୟରେ ଦିନସାରା, ସାତଜଣ ମହିଳା ମୋ ସୋସିଆଲ ମିଡିଆ ଆକାଉଣ୍ଟକୁ ଗ୍ରହଣ କରିବେ ଏବଂ ସେମାନଙ୍କ ଜୀବନ ସହ ଜଡିତ ସ୍ମରଣୀୟ ମୂହୁର୍ତ୍ତଗୁଡିକ ଅଂଶୀଦାର କରିବେ ।
ଅନ୍ତରାଷ୍ଟ୍ରିୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସୋସିଆଲ ମିଡ଼ିଆ ଆକାଉଂଟକୁ ମହିଳାଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ଏଥିପାଇଁ ‘ମାଇଁ ଗମେଂଟ’ ଟୁଇଟର ଆକାଉଂଟ ‘ସି ଇନସ୍ପେୟାର ଅସ୍’ରେ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ମହିଳାଙ୍କ ପ୍ରେରଣାଦାୟୀ କାହାଣୀ ସେୟାର କରାଯିବ । ଏମାନଙ୍କ ମଧ୍ୟରୁ ଯେ କୌଣସି ମହିଳାଙ୍କୁ ମୋଦିଙ୍କ ସୋସିଆଲ ମିଡ଼ିଆ ଚଳାଇବା ପାଇଁ ଅନୁମତି ମିଳିବ ।
ଆଜି ପ୍ରଧାନମନ୍ତ୍ରୀ ନାରୀଶକ୍ତି ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ସମ୍ମାନୀତ ମହିଳାଙ୍କ ପ୍ରେରଣାଦାୟୀ କାହାଣୀ ଶୁଣିବେ । ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ମହିଳା ଦିବସରେ ନାରୀ ଶକ୍ତିଙ୍କ ପ୍ରତି ସମ୍ମାନ ଜଣାଇ ନିଜର ସୋସିଆଲ ମିଡ଼ିଆ ଆକାଉଂଟ ସମର୍ପିତ କରିଛନ୍ତି । ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ସୋସିଆଲ ମିଡ଼ିଆ ଆକାଉଂଟ ଅପରେଟ କରିବେ । ଏନେଇ ପୂର୍ବରୁ ଘୋଷଣା କରିଥିଲେ ମୋଦି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/7-3.jpg)