ଆଡଭାନୀଙ୍କୁ ଭାରତ ରତ୍ନ, ସମ୍ବଲପୁରରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

185

କନକ ବ୍ୟୁରୋ : ବିଜେପିର ବରିଷ୍ଠ ନେତା ତଥା ବାବ୍ରୀ ମସଜିଦ୍ ଭାଙ୍ଗି ରାମ ମନ୍ଦିର ନିର୍ମାଣ କରିବା ପଛର ପ୍ରମୁଖ ପୁରୋଧା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ମିଳିବା ନେଇ ସରକାର ସ୍ପଷ୍ଟ କରିଛନ୍ତି । ଏହି କ୍ରମରେ ଓଡ଼ିଶାର ସମ୍ବଲପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ତାଙ୍କ ଅଭିଭାଷଣରେ କହିଛନ୍ତି କି, ଭାରତର ଜଣେ ସଚ୍ଚା ସୁପୁତ୍ର, ତଥା ଦେଶର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଲାଲକୃଷ୍ଣ ଆଡଭାନୀ ତାଙ୍କ ରାଜନୈତିକ ଜୀବନକାଳରେ ଦେଶର ଉପ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରସାରଣ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜଣେ ଜାଗୃକ ସାଂସଦ ଭାବେ ଆଡଭାନୀ ୧୦ବର୍ଷ କାଳ ଦେଶର ସେବା କରିଛନ୍ତି । ଆଡଭାନୀଙ୍କ ଭାରତ ରତ୍ନ ମିଳିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେବଳ ଆଡଭାନୀ ନୁହଁନ୍ତି ବରଂ ଦେଶ ସେବାରେ ଯେଉଁମାନେ ନିଜ ଜୀବନ ଉତ୍ସଗ କରିଛନ୍ତି ସେମାନଙ୍କୁ ଦେଶ ନିଶ୍ଚିନ୍ତ ଭାବେ ସମ୍ମାନୀତ କରିବ । ଏହାସହ ସେ କହିଛନ୍ତି କି, ଆଦରଣୀୟ ଆଡଭାନୀଙ୍କ ସ୍ନେହ ଓ ପ୍ରେରଣା ମୋତେ ଆଗକୁ ବଢିବାର ଶକ୍ତି ଦେଇଛି । ଏହାସହ ସେ ଦେଶବାସୀଙ୍କ ତରଫରୁ ଆଡଭାନୀଙ୍କୁ ଶୁଭେଚ୍ଛା