କନକ ବ୍ୟୁରୋ : ବିଶ୍ୱ ମଂଚରେ ଭାରତର ଦୃଷ୍ଟିଭଙ୍ଗିକୁ ଉପସ୍ଥାପନ କରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପଟେ ମୋଦିଙ୍କୁ ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଧନା ଜ୍ଞାପନ କରାଯାଇଛି । ବିଜେପିର ହଜାର ହଜାର କର୍ମକର୍ତା ପାଲମ ବିମାନ ବନ୍ଦର ସମ୍ମୁଖରେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଭିଡ ଜମାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିଜ ଆମେରିକା ଗସ୍ତ ଅବସରରେ ଟେକସାସର ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ । ଏହା ସହ ଏହି ଗସ୍ତ ଅବସରରେ ସେ ବହୁ ବିଦେଶୀ ନେତାଙ୍କୁ ଭେଟିବା ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି । ଏହା ସହ ମିଳିତ ଜାତିସଂଘର ୭୪ତମ ସାଧାରଣ ପରିଷଦ ବୈଠକରେ ବି ସେ ଉଦବୋଧନ ଦେଇ ଦେଶକୁ ବିଶ୍ୱସହ ଯୋଡିବାର ବାର୍ତା ଦେଇଥିଲେ । ତେବେ ମୋଦିଙ୍କ ସମ୍ବର୍ଧନା ପାଇଁ ପ୍ରସ୍ତୁତ ମଂଚରେ ପହଂଚିବା ପରେ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
/kanak/media/post_attachments/wp-content/uploads/2019/08/narendra-modi-35-21-1487659282-300x225.jpg)
କହିଥିଲେ, ଦେଶର ୧୩୦ କୋଟି ଭାଇଭଉଣୀଙ୍କ ପ୍ରତି କୃତଜ୍ଞ । ଏହି ମଂଚରେ ସେ ଉଦବୋଧନ ଦେବା ସମୟରେ ତିନି ବର୍ଷ ତଳେ ଆଜିର ରାତିରେ ଫୋନକୁ ଅପେକ୍ଷା କରି ରହିଥିଲେ ଏବଂ ଭାରତୀୟ ଯବାନ ସେମାନଙ୍କ ପରାକ୍ରମ ପାକିସ୍ତାନ ମାଟିରେ ପ୍ରଦର୍ଶନ କରି ଫେରିଥିଲେ ବୋଲି କହିଛନ୍ତି । ୨୦୧୬ ସେପ୍ଟେମ୍ବର ୨୮ ତାରିଖରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରି ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱସ୍ତ କରି ଦେଇଥିଲା । ତେବେ ଆମେରିକାରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କ ଆମେରିକା ଗସ୍ତ ବେଶ ଘଟଣା ବହୁଳ ଥିଲା ଏବଂ ବିଶ୍ୱ ସ୍ତରରେ ଭାରତର ଏକ ସ୍ୱତନ୍ତ୍ର ଛବି ପ୍ରତିଷ୍ଠିତ ହୋଇପାରିଥିବା କୁହାଯାଉଛି ।