ସମସ୍ତଙ୍କୁ କରୋନା ଡର । ବାଂଲାଦେଶରେ କରୋନାର ସଂକ୍ରମଣ ଖବର ମିଳିବା ପରେ ନିଜର ବାଂଲାଦେଶ ଗସ୍ତ ବାତିଲ କଲେ ମୋଦି

214

କନକ ବ୍ୟୁରୋ : କରୋନାର କରୁଣ ଚିତ୍ର ଭାରତର ପଡୋଶୀ ବାଂଲାଦେଶରେ ବି ଦେଖିବାକୁ ମିଳିଲାଣି । ବାଂଲାଦେଶରେ କରୋନାର ସଂକ୍ରମଣ ଖବର ଆସିବା ଭିତରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ବାଂଲାଦେଶ ଗସ୍ତ ବାତିଲ କରିଛନ୍ତି । କରୋନା କାରଣରୁ ଢାକାରେ ହେବାକୁ ଥିବା ଶତାବ୍ଧୀ ସମାରୋହ ବି ବନ୍ଦ କରିଦିଆଯାଇଛି ।

ସୂଚନା ଅନୁସାରେ ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତରେ ଯାଇଥାନ୍ତେ । ତେବେ କରୋନା କାରଣରୁ ଏହାକୁ ବାତିଲ କରାଯାଇଛି । ଏହା ସହିତ ମୋଦିଙ୍କର ବ୍ରେସଲ୍ସ ଗସ୍ତ ମଧ୍ୟ ବାତିଲ କରାଯାଇଛି ।