କନକ ବ୍ୟୁରୋ : ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁ । ଏନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିପଦ ବେଳେ ସହାୟତା କରିବାକୁ କଥା ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଫିଲସ୍ତାନୀ ଚରମପନ୍ଥୀ ସଂଗଠନ ହମାସ ଦ୍ୱାରା ଶନିବାର ଦିନ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଥମରୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଥିଲେ । ଏହାସହ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଇସ୍ରାଏଲକୁ ସମର୍ଥନ କରୁଥିବା କଥା ଲେଖିଥିଲେ ।
ସଦ୍ୟ ସୂଚନା ମୁତାବକ ଇସ୍ରାଏଲ ସେନା ଗାଜା ପଟ୍ଟୀ ଉପରେ ଏୟାର ଷ୍ଟ୍ରାଇକ କରିବା ସହ ପୂରା ଗାଜା ପଟ୍ଟୀକୁ ଘେରାବନ୍ଦୀ କରିଛି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କି ଇସ୍ରାଏଲର ଆକ୍ରମଣ ଫଳରେ ୬୮୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩,୭୦୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି ।