କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଏଣିକି ୬ ଶହ ଟଙ୍କାରେ ମିଳିବ ଉଜ୍ଜ୍ୱଳା ଗ୍ୟାସ । ମୋଦୀ କ୍ୟାବିନେଟ୍ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ଲାଭାର୍ଥୀମାନଙ୍କୁ ଆଉ ୧୦୦ ଟଙ୍କା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ପରେ ଉଜ୍ଜ୍ୱଳା ଗ୍ୟାସ୍ ଲୋକମାନଙ୍କୁ ମାତ୍ର ୬ ଶହ ଟଙ୍କାରେ ମିଳିପାରିବ ।
ପୂର୍ବରୁ ଉଜ୍ଜ୍ୱଳା ଗ୍ୟାସ ଉପରେ ୨ ଶହ ଟଙ୍କା ରିହାତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଆଉ ଏବେ ପୁଣିଥରେ ଆଉ ଶହେ ଟଙ୍କା ରିହାତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ଯେଉଁଥିରେ କି ଉଜ୍ଜଳା ଗ୍ୟାସକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/10/Big-blow-of-inflation-LPG-gas-cylinder-became-more-expensive.jpg)