ବୈଶ୍ୱିକ ମିଲେଟ୍ ସମ୍ମିଳନୀ ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡିଆକୁ ନେଇ ଚର୍ଚ୍ଚା । ୧୦୭ ବର୍ଷୀୟା ବୃଦ୍ଧା ଚାଷୀ ପପ୍ପ ମଲଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ ।
କନକ ବ୍ୟୁରୋ: ମୁଣ୍ଡିଆ ମାରିଲେ ମୋଦୀ । ଅବସର ଥିଲା ବୈଶ୍ୱିକ ମିଲେଟ ସମ୍ମିଳନୀ । ଏହି ସମୟରେ ଅନେକ ଅତିଥି ଯୋଗଦେଇଥିଲେ । ଯେଉଁଥିରୁ ଥିଲେ ପଦ୍ମଶ୍ରୀ ପପ୍ପମଲ । ୧୦୭ ବର୍ଷୀୟ ଏହି ମହିଳା ଚାଷୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଭେଟଘାଟର ଦୃଶ୍ୟକୁ ଦେଖନ୍ତୁ । କିଭଳି ଜୈବିକ ଚାଷୀ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଉତରୀୟ ଦେଉଛନ୍ତି । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୁଣ୍ଡ ନୁଆଁଇ ମୁଣ୍ଡିଆ ମାରୁଛନ୍ତି । ସୋଶିଆଲ ମିଡିଆରେ ନରେନ୍ଦ୍ର ମୋଦୀଙ୍କର ଏପରି ବ୍ୟବହାରକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଯେତେବେଳେ ଆଗକୁ ନିର୍ବାଚନ ରହିଛି । ବିରୋଧୀ ଅନେକ ପ୍ରସଙ୍ଗ ଉଠାଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ଏହି ସମୟରେ ଜଣେ ଚାଷୀ ତଥା ବୃଦ୍ଧାଙ୍କ ପ୍ରତି ମୋଦୀଙ୍କ ବ୍ୟବହାରକୁ ନେଇ ଚର୍ଚ୍ଚା ବଢିଛି ।