ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପିର ସେବା ସପ୍ତାହ ପାଳନ ! ରୋଗୀଙ୍କୁ ଫଳ ବାଣ୍ଟିଲେ , ଝାଡୁ ଧରି ଡାକ୍ତରଖାନା ସଫା କଲେ ଗୃହମନ୍ତ୍ରୀ ଅମିତ୍ ଶାହା ।

153

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟିର ସେବା ସପ୍ତାହ ଆୟୋଜନ କରାଯାଇଛି । ଯାହାର ଆରମ୍ଭ କରିଛନ୍ତି ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଶନିବାର ଦିଲ୍ଲୀ ସ୍ଥିତ ଏମ୍ସରେ ପହଁଚି ଅମିତ୍ ଶାହା ରୋଗୀମାନଙ୍କୁ ସାକ୍ଷାତ କରି ଫଳ ବାଣ୍ଟିଥିଲେ । ଏହି ସମୟରେ ବିଜେପିର ଅନ୍ୟ ନେତାମାନେ ମଧ୍ୟ ଶାହାଙ୍କ ସହ ମିଶି ରୋଗୀଙ୍କୁ ଫଳ ବାଣ୍ଟିବା ସହ ମେଡିକାଲ୍ ପରିସରରେ ଝାଡୁ ଲଗାଇଥିଲେ ।

ଅମିତ୍ ଶାହା ଏବଂ ଜେପି ନଡ୍ଡା ଏମ୍ସରେ ସଫେଇ ଅଭିଯାନ ମଧ୍ୟ ଆରମ୍ଭ କଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ୍ ଏବଂ ଦିଲ୍ଲୀ ବିଧାୟକ ବିଜେନ୍ଦ୍ର ଗୁପ୍ତା ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଆପଣଙ୍କୁ କହିରଖୁଛୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ । ଆଉ ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ୧୪ ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି । ଗୃହମନ୍ତ୍ରୀ ଅମିତ୍ ଶାହା ଏମ୍ସରେ ରୋଗୀଙ୍କ ହାଲଚାଲ୍ ପଚାରି ତାଙ୍କୁ ଫଳ ବଣ୍ଟନ କରି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ପୁର୍ଣ୍ଣ ଜୀବନକୁ ରାଷ୍ଟ୍ର ଏବଂ ଗରିବଙ୍କ ସେବାରେ ସମର୍ପଣ କରିଦେଲେ । ତେଣୁ ତାଙ୍କ ପାଇଁ ପାର୍ଟି ପକ୍ଷରୁ ଜନ୍ମଦିନର ଭେଟି ସ୍ୱରୁପ ସେବା ସପ୍ତାହ ପାଳନ କରାଯାଉଛି ।