ଆଫଗାନିସ୍ତାନକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲା ଭାରତ : ସାଂଘାଇ ଶିଖର ସମ୍ମିଳନୀରେ ଆତଙ୍କବାଦ ଉପରେ ମୋଦୀଙ୍କ ପ୍ରହାର

କାବୁଲ ସ୍ଥିତି ନେଇ ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ; କହିଲେ, ଭାରତ ଉପରେ ପକାଇବ ଗଭୀର ପ୍ରଭାବ

246

କନକ ବ୍ୟୁରୋ : ଆଫଗାନିସ୍ତାନକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ । ସାଂଘାଇ କରପୋରେସନ ଅର୍ଗାନାଇଜେସନ ବା ଏସସିଓ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଓ ଏହାର ପ୍ରଭାବ ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଲିବାନର କ୍ଷମତା ଦଖଲ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ କ୍ଷମତା ପରିବର୍ତନ ପରେ ଭାରତ ସମେତ ସମସ୍ତ ପଡୋଶୀ ରାଷ୍ଟ୍ର ଉପରେ ଏହାର ଗମ୍ଭୀର ପ୍ରଭାବ ପଡିବ ।

ତାଲିବାନ କାବୁଲରେ ଶାସନକୁ ଫେରିଥିବାରୁ ଏବେ ସାରା ବିଶ୍ୱରେ ଆତଙ୍କବାଦ କାର୍ଯ୍ୟକଳାପ ବଢିବା ଆଶଙ୍କା ମଧ୍ୟ ବଢିିଛି । ଆଫଗାନରେ ଇସଲାମିକ୍ କଠୋରପନ୍ଥୀ ଶାସନକୁ ଫେରିଥିବାରୁ ଏବେ ଆତଙ୍କବାଦୀ ଓ ଉଗ୍ରବାଦ ସଂଗଠନ ଉତ୍ସାହିତ ଅଛନ୍ତି । ତେଣୁ ହିଂସା ଜରିଆରେ ବିଶ୍ୱର ଅନ୍ୟସ୍ଥାନରେ ମଧ୍ୟ କ୍ଷମତା ଦଖଲ ଉଦ୍ୟମ ଆତଙ୍କୀ କରିପାରନ୍ତି ବୋଲି ସତର୍କ କରାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ତାଲିବାନ ସରକାରକୁ ଭାବିଚିନ୍ତି ମାନ୍ୟତା ଦେବାକୁ ସମସ୍ତ ରାଷ୍ଟ୍ରକୁ ଅପିଲ କରିଛନ୍ତି ନରେନ୍ଦ୍ର ମୋଦୀ । ବିଶ୍ୱର ଅଧିକାଂଶ ଦେଶ ଆତଙ୍କବାଦ ଦ୍ୱାରା ପୀଡିତ, ତେଣୁ ସମସ୍ତେ ଏକଜୁଟ ହୋଇ ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।