କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀଙ୍କ ପାଇଁ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଏହାସହ ମନ୍ଦିର ପରିସର ଓ ଚତୁଃପାଶ୍ୱର୍ରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ସହହରରେ ରୋଡ ଶୋ’ କରିବେ ମୋଦୀ । ଏଥିପାଇଁ ମଧ୍ୟ ପୁରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ମୋଦୀଙ୍କ ରୋଡ ଶୋ’ ପାଇଁ ପୁରା ସହରବାସୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି ।