ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ମୋଦି । ଜୟପୁରରେ ବିଜେଡି ଉପରେ ଜୋରଦାର ବର୍ଷିଲେ ।

Advertisment
ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ମୋଦି । ଜୟପୁରରେ ବିଜେଡି ଉପରେ ଜୋରଦାର ବର୍ଷିଲେ ।

କନକ ବ୍ୟୁରୋ: ଓଡ଼ିଶାରେ ୨୦୧୯ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରାପୁଟର ଜୟପୁର ଜନସମାବେଶରେ ବିଜେଡି ବିରୋଧରେ ବର୍ଷିଲେ ମୋଦି । ସିଧା ନିଶାନା କରି ବିଜେଡିକୁ ପ୍ରତ୍ୟାଖାନ କରି ବିଜେପିକୁ ଭୋଟ ଦେବାକୁ ମନ୍ତ୍ର ଫୁଙ୍କିଲେ ପ୍ରଧାନମନ୍ତ୍ରୀ । ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସ୍ଥାନୀୟବାସୀଙ୍କୁ ମୋଦି ବିଜେଡି ବିରୋଧରେ ବିଫଳତାର ଫର୍ଦ୍ଦ ଖୋଲିଛନ୍ତି । କହିଛନ୍ତି କି, ଦୀର୍ଘ ୧୯ ବର୍ଷ ହେବ ରାଜ୍ୟରେ ସ୍ଥିର ସରକାର ଥିଲେ ମଧ୍ୟ ବିକାଶ ହୋଇପାରୁନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଖଣିଜ ସମ୍ପଦଭରା ରାଜ୍ୟରେ ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ରାଜ୍ୟ ସରକାର । ଏପରିକି ବିଭିନ୍ନ ଖଣି ମାଫିଆଙ୍କୁ ସୁରକ୍ଷା ଦେବା ସହ ଚିଟଫଣ୍ଡ ଘୋଟାଲାକାରୀଙ୍କୁ ମଧ୍ୟ ସୁରକ୍ଷା ଦେଉଛନ୍ତି । ଯାହା ରାଜ୍ୟବାସୀଙ୍କ ଭରସା ସହିତ ଖେଳିଛି ବିଜେଡି । ତେଣୁ ଏପରିକି ସରକାରକୁ ତାହାର ଦଣ୍ଡ ଦେବାର ଉଚିତ୍ ସମୟ ଆସିଛି ବୋଲି କହିଛନ୍ତି ମୋଦି ।

ସେହିପରି ରାଜ୍ୟର ବିକାଶ କରିବାକୁ ହେଲେ, ଏଥର ଚୌକିଦାର ସରକାରଙ୍କୁ ବାଛିବାକୁ ହେବ । ଆପଣଙ୍କ ହେଉଛନ୍ତି ମୋ ସରକାର । ତେଣୁ ଦେଶ ଓ ରାଜ୍ୟରେ ଗୋଟେ ମଜବୁତ ସରକାର ଦରକାର ନା ଦୁର୍ବଳ ସରକାର ଦରକାର ତାହା ଆପଣ ନିଷ୍ପତି ନେବେ ଏବଂ ପୋଲିଂ ବୁଥ ଯିବା ପୂର୍ବରୁ ମନସ୍ଥ କରି ଯଆନ୍ତୁ ଯେ କେଉଁ ସରକାର କ’ଣ କରିଛନ୍ତି ତାହାର ତର୍ଜମା କରି ଭୋଟ ଦିଅନ୍ତୁ । ରାଜ୍ୟର ବିକାଶ କରିବାକୁ ହେଲେ ଡବଲ ଇଞ୍ଜିନ୍ ଲଗାଇବାକୁ ପଡ଼ିବ । ତେଣୁ ଦିଲ୍ଲୀରେ ପୁଣି ବିଜେପି ଏବଂ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଢ଼ିବାକୁ ପଡ଼ିବ ବୋଲି କହିଛନ୍ତି ମୋଦି । ବୋଲି କହିଛନ୍ତି ମୋଦି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe