କନକ ବ୍ୟୁରୋ : ଅଯୋଧ୍ୟାରେ ୧୫ ହଜାର ୭ଶହ କୋଟିର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟା ରେଳ ଷ୍ଟେସନ ଓ ବିମାନ ବନ୍ଦରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଅଯୋଧ୍ୟାରେ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଛି । ଏହି ଜନସଭାରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ୨୨ ଜାନୁଆରୀକୁ ଅପେକ୍ଷା କରିଛି ସାରା ଦେଶ । ଏହି ଦିନ ସାରା ବିଶ୍ୱ ପାଇଁ ଏକ ଐତିହାସିକ ମୂହୁର୍ତ୍ତ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଦେଶବାସୀ ଘରେ ଘରେ ଶ୍ରୀରାମ ଜ୍ୟୋତି ଜାଳିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଜାନୁଆରୀ ୨୨ ତାରିଖରେ ସମସ୍ତଙ୍କୁ ଅଯୋଧ୍ୟା ନଆସିବାକୁ ପରାମର୍ଶ ଦେଇଛନ୍ତି ମୋଦୀ । କାରଣ ଗୋଟିଏ ଦିନରେ ଅଯୋଧ୍ୟା ଆସିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ସେଥିପାଇଁ ୨୨ ଜାନୁଆରିରେ ସମସ୍ତ ବିଧି କାର୍ଯ୍ୟକ୍ରମ ଶେଷ ହେବା ପରେ ଜାନୁଆରୀ ୨୩ ପରଠାରୁ ଅଯୋଧ୍ୟା ଆସିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କହିଛନ୍ତି । ପ୍ରଭୁ ଶ୍ରୀରାମଙ୍କୁ ଯେପରି କୌଣସି କଷ୍ଟ ନହେବ, ତାହା ଆମ ଭଳି ରାମଭକ୍ତ କେବେ ଚାହିଁବେ ନାହିଁ । ୫୫୦ ବର୍ଷ ଅପେକ୍ଷା କରିଛୁ । ଆଉ କିଛି ଦିନ ଅପେକ୍ଷା କରିବାକୁ ମୋଦୀ ଅନୁରୋଧ କହିଛନ୍ତି ।
ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଦେଶବାସୀଙ୍କୁ ବଡ଼ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
/kanak/media/post_attachments/wp-content/uploads/2023/12/24-33.jpg)