ଉଦ୍ୟୋଗପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶ୍ୱାସନା । କହିଲେ, ପୁଣି ଦୃତଗତିରେ ଆଗେଇବ ଭାରତର ଅଭିବୃଦ୍ଧି ହାର…

656

କନକ ବ୍ୟୁରୋ: କରୋନା ମୁକାବିଲା ଭିତରେ ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବାକୁ ପଡିବ । କରୋନା ମହାମାରୀ ପାଇଁ ଦେଶ ଯେଉଁ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି କେନ୍ଦ୍ର ସରକରା ଏଥିପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛି । ଏଥିସହ ପର୍ଯ୍ୟାୟ କ୍ରମେ ବିଭିନ୍ନ ଯୋଜନାର ଘୋଷଣା ମଧ୍ୟ କରୁଛି କେନ୍ଦ ସରକାର । ଏହାରି ଭିତରେ ଆଜି ଭାରତୀୟ ଉଦ୍ୟୋଗ ସଂଘ ସହ ଆଲୋଚନା କରି ଦେଶ ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ଭାରତୀୟ ଉଦ୍ୟୋଗ ସଙ୍ଘ ସହ ଆଲୋଚନାବେଳେ କିଛି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ସଂକଟ ଭିତରେ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍ ପାଇଁ ଭାରତର ଅର୍ଥନୀତି ବିଗିଡି ଯାଇଥିବାବେଳେ, ଏହାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ମଙ୍ଗଳବାର ସିଆଇଆଇର ବାର୍ଷିକ ସମ୍ମିଳନୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଶର ବିଭିନ୍ନ ଉଦ୍ୟୋଗୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସାମଗ୍ରୀକୁ ସାରା ବିଶ୍ୱରେ ପ୍ରସାର କରିବାକୁ ହେବ । ଭାରତରେ ବି ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀର ବିପୁଳ ବ୍ୟବହାର କରିବାକୁ ହେବ । ପ୍ରଧାନମନ୍ତ୍ରୀ ମୋଦି ଆହୁର ମଧ୍ୟ କହିଛନ୍ତି କରୋନା ମହାମାରୀ ପାଇଁ ଆମର ଅର୍ଥନୀତିର ଅଭିବୃଦ୍ଧି ଠପ୍ ହୋଇ ଯାଇଛି । ଆମେ ନିଶ୍ଚିତ ଭାବରେ ଆମ ବିକାଶର ଧାରାକୁ ଫେରି ପାଇବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।