ମୋଦୀଙ୍କ ବିଚାରରେ ଭାରତର ମଙ୍ଗଳ ପାଇଁ ସାତଟି ଭୟ

Advertisment
ବଂଶବାଦ ରାଜନୀତିରେ ମୋର ସମସ୍ୟା ନାହିଁ କିନ୍ତୁ ଗଣତନ୍ତ୍ର ପାଇଁ ଏହା ବଡ ବିପଦ : ପ୍ରଧାନମନ୍ତ୍ରୀ

ନିଜ ଦେଶକୁ ପରିହାସ କରି କେତେକ ଲୋକ ଆନନ୍ଦ ପାଉଥିବା କାରଣରୁ ଭାରତ ଆଜି ଗୋଟାଏ ଅଦ୍ଭୁତ ସମସ୍ୟାର ସମ୍ମୁଖୀନ ହେଉଥିବା କଥା ଶନିବାର ଦିନ ନରେନ୍ଦ୍ର ମୋଦୀ କହିଛନ୍ତି। ସେଇ ଲୋକମାନେ ହିଁ ଦେଶକୁ ଦୁର୍ବଳ କରୁଛନ୍ତି ବୋଲି ନୂଆଦିଲ୍ଲୀ ଠାରେ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୧୯’ରେ ପ୍ରଧାନମନ୍ତ୍ରୀ ଏ କଥା କହିଛନ୍ତି।

publive-image

ଭାରତ ଆଜି ଆତ୍ମ ନିର୍ଭରଶୀଳ। ନିର୍ଭୟ ଓ ନିର୍ଣ୍ଣାୟକ। ଭାରତୀୟମାନଙ୍କର ଏଇ ଐକ୍ୟ ଦେଖି କେତେକ ଭୟ କରୁଛନ୍ତି। ଏଇ ଭୟ ଦେଶ ପାଇଁ ମଙ୍ଗଳ। ଦେଶର ହିତ କରୁଥିବା କେତେଗୁଡ଼ିଏ ଭୟକୁ ମଧ୍ୟ ପ୍ରଧାମନ୍ତ୍ରୀ ମୋଦୀ ତାଲିକାଭୁକ୍ତ କରିଛନ୍ତି।

publive-image

• ଭାରତୀୟମାନଙ୍କ ମଧ୍ୟରେ ବଢ଼ି ଚାଲିଥିବା ଏକତା ଯୋଗୁଁ ଦେଶ ବିରୋଧୀ ଲୋକ ଭୟ କରିବା ମଙ୍ଗଳକାରକ।

• ଶତ୍ରୁ ଭାରତକୁ ଭୟ କରିବା ଭଲ କଥା।

• ଆତଙ୍କବାଦର ମାଷ୍ଟର୍ମାଇଣ୍ଡ୍ ଭାରତୀୟ ସୈନିକମାନଙ୍କ ପରାକ୍ରମକୁ ଭୟ କରିବା ଭଲ।

• ମାମୁ କହିବା ବେଳେ ବଡ଼ ବଡ଼ ପରିବାର ଚକିତ ହୋଇଯିବା ବି ଭଲ କଥା।

• ଅନ୍ୟାୟ ଉପାର୍ଜିତ ସମ୍ପଦ ବ୍ୟାଜାପ୍ତ ହେବ ଜାଣି ପଳାତକମାନେ ଭୟ କରିବା ମଧ୍ୟ ଉତ୍ତମ।

• ଦୁର୍ନୀତିଗ୍ରସ୍ତ ରାଜନେତାମାନେ ଜେଲ୍ ଯିବାକୁ ଡରିବା ଭଲ।

• ଭ୍ରଷ୍ଟାଚାରୀମାନେ ଆଇନକୁ ଡରିବା ମଧ୍ୟ ଉତ୍ତମ କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe