କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ୪୦୦ କୋଟି ଯୋଜନାର ହେବ ଶୁଭାରମ୍ଭ

ଐତିହାସିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବିଭିନ୍ନ ଶିବ ମନ୍ଦିର କରାଯାଇଛି ବ୍ୟବସ୍ଥା; ଆଦି ଶଙ୍କରାଚାର୍ଯ୍ୟ ମୂର୍ତିର ବି ହେବ ଲୋକାର୍ପଣ

119

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡ କେଦାନର ନାଥ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ସେ ପଞ୍ଚମ ଥର ଲାଗି ଏହି ତୀର୍ଥସ୍ଥଳ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ଗସ୍ତକୁ ଦେଖିବା ପାଇଁ ଦେଶର ବିଭିନ୍ନ ଶିବ ମନ୍ଦିରରେ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେଦାରନାଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଦୀଙ୍କ ଗସ୍ତବେଳେ ତୀର୍ଥ ପୁରୋହିତଙ୍କ ଆନ୍ଦୋଳନ ଜାରି ରହିଥିବାରୁ ସୁରକ୍ଷାକୁ ଆହୁରି ବଢାଯାଇଛି । ମୋଦୀ କୋଦାରନାଥଙ୍କ ଦର୍ଶନ କରିବା ସମୟରେ ଅନ୍ୟ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିନାହିଁ ।

ଏହି ଗସ୍ତରେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ କରିବାକୁ ୮୭ଟି ଶିବ ମନ୍ଦିରରେ ଏଲଇଡି ଲଗାଯାଇଛି । କେଦାରନାଥଙ୍କ ଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଫୁଟ ଉଚ୍ଚ ଓ ୩୫ ଟନ ଓଜନର ଆଦି ଶଙ୍କାରାଚାର୍ଯ୍ୟଙ୍କ ମୂର୍ତ୍ତିର ଅନାବରଣ କରିବେ । ଏହାସହ କେଦାରନାଥ ପାଇଁ ୪ ଶହ କୋଟି ଟଙ୍କାର ପ୍ୟାକେଜ ବି ଘୋଷଣା କରିବେ । ଏହାଛଡା ନୂଆ କେଦାରପୁରୀ ଅଂଚଳର ବି ଉଦଘାଟନ କରିବେ ନରେନ୍ଦ୍ର ମୋଦୀ ।

୨୦୧୩ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦୀ କେଦାରନାଥ ଯିବାକୁ ଇଛାପ୍ରକାଶ କରିଛନ୍ତି । କିନ୍ତୁ ସେତେବେଳେ ସେମାନଙ୍କୁ ଅନୁମତି ମିଳିନଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ସେ ନିୟମିତ ଭାବେ କେଦାରନାଥ ଗସ୍ତ କରିଛନ୍ତି ଓ କୋଟି କୋଟି ଟଙ୍କା ଖର୍ଚ୍ଚରେ ନୂଆ କେଦାରପୁରୀ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ।