କନକ ବ୍ୟୁରୋ: ୭୪ ତମ ସ୍ୱାଧୀନତା ଦିବସରେ ଦିଲ୍ଲୀ ଲାଲକିଲ୍ଲାରୁ ଦେଶବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୁବଶୀଘ୍ର ଦେଶରେ କାର୍ଯ୍ୟକାରୀ ହେବ ନାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ । ଏହି ଏନଡିଏଚଏମ୍ ଦେଶବାସୀଙ୍କ ସ୍ୱାସ୍ଥ୍ୟବସ୍ଥାର ଏକ ଡାଟାବେସ୍ ଭଳି କାମ କରିବ । ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ଚିକିତ୍ସା କ୍ଷେତ୍ରରେ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଏହି ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଅବସରରେ ଦେଶ ବାସୀଙ୍କୁ ସମ୍ବୋଧନ କରି ଏକ ବଡ଼ ଘୋଷଣା କରିଛନ୍ତି । ଦେଶରେ ଖୁବ୍ ଶିଘ୍ର ଜାତୀୟ ଡ଼ିଜିଟାଲ ସ୍ୱାସ୍ଥ୍ୟ ମିଶନ ଲାଗୁ ହେବା ନେଇ ସେ ସୁଚନା ଦେଇଛନ୍ତି । ନଜର ପକାନ୍ତୁ ଜାତୀୟ ଡ଼ିଜିଟାଲ ସ୍ୱାସ୍ଥ୍ୟ ମିଶନର କିଛି

ଗୁରୁତ୍ୱପୁର୍ଣ୍ଣ ବିନ୍ଦୁ ଉପରେ..
୧. ଏହି ମିଶନ ଜରିଆରେ ପ୍ରତେକ ନାଗରିକଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ତଥା ଆଇଡ଼ି ମିଳିବ
୨. ଏହି କାର୍ଡ଼ରେ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ମମ୍ପକୀତ ତଥ୍ୟ ରହିବ ।
୩. ନାଗରିକଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ତଥ୍ୟ ଏବଂ ଡ଼ାକ୍ତରଙ୍କ ପରାମର୍ଶ ଗୋଟଏ ଆପ୍ କିମ୍ବା ୱେବସାଇଟ ଦ୍ୱାରା ପରିଚାଳିତ ହେବ ।
୪. ଏହି ଆଇଡ଼ିରେ ବ୍ୟକ୍ତିଙ୍କ ପ୍ରତେକ ପରୀକ୍ଷା, ପ୍ରତେକ ରୋଗ, କେଉଁ ଡ଼ାକ୍ତର, କେଉଁ ଔଷଧ ଦେଇଥିଲେ, କେବେ ଦେଇଥିଲେ ରିପୋର୍ଟ

କଣ ରହିଛି ଏହି ସୁଚନା ସ୍ୱାସ୍ଥ୍ୟ ଆଇଡ଼ିରେ ରହିବ
୫. ଯାହାଦ୍ୱାରା ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମିଳିବାରେ ବେଶ ସହାୟକ ହେବ ।
୬. ଏହି ତଥ୍ୟ କେବଳ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ଗୋପନୀୟ ହୋଇ ରହିବ ।
୭. ତଥ୍ୟ ଗୁଡ଼ିକ ସମ୍ପୃକ୍ତ ବ୍ୟକ୍ତି ଚାହିଁଲେ ସେଗୁଡ଼ିକୁ ଅନ୍ୟ ଜଣେ ଡ଼ାକ୍ତର କିମ୍ବା ଆଉ କିଏ ଦେଖିପାରିବେ
୮. ଏହି କାର୍ଡ଼ରେ ଡ଼ାକ୍ତରଖାନାକୁ ଯିବା ଠାରୁ ଆରମ୍ଭ କରି ଔଷଧ ସେବନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ହେଲଥ କାର୍ଡ଼ ପ୍ରୋଫାଇଲରେ ରହିବ ।
୯. ପରବର୍ତି ସମୟରେ ଏହାକୁ ଟେଲି ମେଡ଼ିସିନ୍ ଏବଂ ଇ ଫାର୍ମାସୀରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ।
୧୦. ଫଳରେ ରୋଗୀଙ୍କୁ ସ୍ୱାସ୍ଥ୍ୟୃକ୍ଷେତ୍ରରେ ଆର୍ଥିକ ସୁରକ୍ଷା ମିଳିପାରିବ ।

ନ୍ୟାସନାଲ ଡ଼ିଜିଟାଲ ହେଲଥ ମିଶନ ଭାରତର ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ନୂଆ କ୍ରାନ୍ତି ସୃଷ୍ଟି କରିବ ବୋଲି କହିଛନ୍ତି ମୋଦି । ଏହି ଯୋଜନା ଦ୍ୱାରା ପ୍ରତେକ ଦେଶବାସୀଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଦିଆଯାଇପାରିବ । ଏହି ମିସନ ଜରିଆରେ ଲୋକଙ୍କର ବ୍ୟକ୍ତିଗତ ମେଡ଼ିକାଲ ରେକର୍ଡ଼ ଏକ ଡ଼ାଟାବେସ ପ୍ରସ୍ତୁତ କରାଯିବ । ଏହି ଯୋଜନା ଦ୍ୱାରା ଦୁର ଦୁରାନ୍ତରରେ ରହୁଥିବା ଲୋକଙ୍କୁ ଚିକିତ୍ସା ସୁବିଧା ପହଂଚିପାରିବ ବୋଲି କହିଛନ୍ତି ମୋଦି । ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏଭଳି ଯୋଜନା ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଜ ସାଧ୍ୟ ହେବ ବୋଲି କୁହାଯାଉଛି ।