ଘଣ୍ଟାଏ କାଳ ଟିଭି ଆଗରେ ବସିବାକୁ ବାଧ୍ୟ କଲା ପ୍ରଧାନମନ୍ତ୍ରୀଙ୍କ ଟୁଇଟ। ସମସ୍ତେ ଚାହିଁ ରହିଥିଲେ କଣ କହିବେପ୍ରଧାନମନ୍ତ୍ରୀ ମୋଦି

Advertisment
ଘଣ୍ଟାଏ କାଳ ଟିଭି ଆଗରେ ବସିବାକୁ ବାଧ୍ୟ କଲା ପ୍ରଧାନମନ୍ତ୍ରୀଙ୍କ ଟୁଇଟ। ସମସ୍ତେ ଚାହିଁ ରହିଥିଲେ କଣ କହିବେପ୍ରଧାନମନ୍ତ୍ରୀ ମୋଦି

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟିଏ ଟୁଇଟ ସାରା ଦେଶବାସୀଙ୍କୁ ଘଂଟାଏ କାଳ ଟିଭି ଆଗରେ ବସିରହିବାକୁ ବାଧ୍ୟ କଲା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ କହିବେ ପ୍ରଧାନମନ୍ତ୍ରୀ । ଶେଷରେ ଟୁଇଟର ଘଂଟାଏ ପରେ ମୋଦି ରଖିଲେ ଅଭିଭାଷଣ । ମାର୍ଚ୍ଚ ୨୭, ୨୦୧୯ । ସମୟ: ସକାଳ ୧୧ଟା ୨୩ମିନିିଟ । ଆସିଲା ମୋଦିଙ୍କ ଟୁଇଟ । ଏଥିରେ ଲେଖାଥିଲା...ମୋର ପ୍ରିୟ ଦେଶବାସୀ, । ଆଜି ସକାଳ ୧୧ଟା ୪୫ମିନିଟରୁ ୧୨ଟା ମଧ୍ୟରେ ମୁଁ କିଛି ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆପଣମାନଙ୍କ ପାଇଁ ନେଇ ଆସିବି । ଆପଣମାନଙ୍କୁ ଟିଭି,ରେଡିଓ ଓ ସୋସିଆଲ ମିଡିଆ ଦେଖିବାକୁ ଅନୁରୋଧ ।

ପ୍ରଧାନମନ୍ତ୍ରୀ ମୋଦିଙ୍କର କିଛି ଏଭଳି ଟୁଇଟ ବୁଧବାର ସକାଳେ ଆସିବା ପରେ ସମସ୍ତେ ଦ୍ୱନ୍ଦରେ ପଡିଯାଇଥିଲେ । ଆଗକୁ ନିର୍ବାଚନ ପାଖେଇ ଆସୁଥିବାବେଳେ ମୋଦି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ କି? ବିରୋଧୀଙ୍କୁ ଚେକ ଦେବା ପାଇଁ ମୋଦି ଆଉ କିଛି ବଡ ନିଷ୍ପତି ଶୁଣାଇବେ କି? କିଛି ଏହିଭଳି ପ୍ରଶ୍ନ ପ୍ରାୟତଃ ସମସ୍ତଙ୍କ ମନରେ ଉକ୍ରଣ୍ଠା ବଢାଉଥାଏ । ସମସ୍ତେ ଟିଭି ଆଗରେ ବସିରହିଥିଲେ । ଜାତୀୟ ଗଣମାଧ୍ୟମ ହେଉ କିମ୍ବା ଆଂଚଳିକ ଗଣମାଧ୍ୟମ ସମସ୍ତେ ଚାତକ ପରି ମୋଦିଙ୍କର ସେହି ଘୋଷଣାକୁ ଅପେକ୍ଷା କରିରହିଥାନ୍ତି । କିନ୍ତୁ ମୋଦି ଯେଉଁ ସମୟ ଦେଇଥିଲେ, ସେହି ସମୟରେ ବିଳମ୍ବ ହୋଇଥିଲା । ସମୟ ଯେତିକି ଗଡୁଥାଏ,ଉକ୍ରଂଣ୍ଠା ସେତିକି ବଢୁଥାଏ । ଟୁଇଟରରେ ଅନେକ ପ୍ରଶ୍ନ ମଧ୍ୟ କରୁଥାନ୍ତି । କଣ ଦ୍ୱିତୀୟ ଥର ପାଇଁ ନୋଟବନ୍ଦୀ ହେବ? ଏପରିକି ମାସୁଦ ଅଜହର ବିଷୟରେ ହେଉ କିମ୍ବା ନିର୍ବାଚନୀ ରଣନୀତି,ଏସବୁ ଉପରେ ଟୁଇଟରରେ ଅନେକ ଟୁଇଟ ପ୍ରକାଶ ପାଉଥାଏ ।

publive-image

ମାର୍ଚ୍ଚ ୨୭, ୨୦୧୯ । ସମୟ: ସକାଳ ୧୨ଟା ୨୦ମିନିିଟ । ପ୍ରାୟ ୧ଘଂଟା ପରେ...ଦେଶବାସୀଙ୍କ ସାମ୍ନାରେ ମୋଦି ଅଭିଭାଷଣ ରଖି କୁହନ୍ତି ଯେ ଅନ୍ତରୀକ୍ଷରେ ଇତିହାସ ରଚିଛି ଭାରତ । ମାତ୍ର ୩ମିନିଟରେ ଲିଓ ସାଟେଲାଇଟ୍କୁ ମାରି ଖସାଇଛି ଭାରତୀୟ ଆଂଟି ମିସାଇଲ୍ । ଏହା ଏକ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଥିଲା । ଯାହାକୁ ଭାରତୀୟ ବୈଜ୍ଞାନିକ ମାନେ ସଫଳତାର ସହ ହାସଲ କରିଛନ୍ତି । ଏଥିପାଇଁ ଭାରତ ନିର୍ମିତ ସାଟେଲାଇଟ୍କୁ ବ୍ୟବହାର କରାଯାଇଥିଲା । ଭାରତର ଏହି ମିଶନକୁ ମିଶନ ଶକ୍ତି ନାମ ଦିଆଯାଇଛି । ଏହି ସଫଳତା ସହ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ ଭାବେ ନା ଦର୍ଜ କରିଛି ।

publive-image http://www.ohmyindia.com/

ନିର୍ବାନଚୀ ମାହୋଲ ଭିତରେ ମୋଦିଙ୍କ ଟୁଇଟ ଯେଉଁଭଳି ଭାବେ ସମସ୍ତଙ୍କୁ ଚମକାଇଦେଲା, ତାକୁ ନେଇ ବିରୋଧୀ ମୋଦିଙ୍କୁ ଘେରିବାକୁ ଲାଗିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ କରି ଡିଆରଡିଓକୁ ଶୁଭେଚ୍ଛା ଜଣାଇବା ସହ ମୋଦିଙ୍କୁ ୱାର୍ଲ୍ଡ ଥିଏଟର ଡେର ଶୁଭେଚ୍ଛା କହି ସମାଲୋଚନା କଲେ । ତେବେ ମୋଦିଙ୍କର ଗୋଟିଏ ଟୁଇଟ ଦେଶବାସୀଙ୍କୁ ଘଂଟାଏ କାଳ ଟେଲିଭିଜନ ଆଗରେ ବସିବାକୁ ବାଧ୍ୟ କରିଥିଲା । ଯାହାକୁ ନେଇ ବିରୋଧୀଙ୍କ ଟାର୍ଗେଟକୁ ପୁଣି ଆସିଯାଇଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe