କନକ ବ୍ୟୁରୋ: ତୃତୀୟ ତାଲାବନ୍ଦ ଅବଧି ଶେଷ ପୂର୍ବରୁ ମୋଦିଙ୍କ ମେଗା ପ୍ୟାକଜ୍ । କରୋନା ମୁକାବିଲା କରୁଥିବା ଭାରତବାସୀଙ୍କୁ ସମ୍ବୋଧିତ କରି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ମେଗା ପ୍ୟାକେଜ ପାଖାପାଖି ୨୦ ଲକ୍ଷ କୋଟି ଟଙ୍କାର ବୋଲି ମୋଦି କହିଛନ୍ତି । ଏହି ମେଗା ପ୍ୟାକେଜ ଦେଶର ଜିଡିପିର ୧୦ ପ୍ରତିଶତ ଆଉ ଏହାକୁ ‘ଆତ୍ମନିର୍ଭର ଭାରତର ଅଭିଯାନ’ ପ୍ୟାକେଜ୍ ବୋଲି ବିବେଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ଆତ୍ମନିର୍ଭର ଭାରତର ବିକାଶ ପାଇଁ ଆର୍ଥିକ ପ୍ୟାକେଜ । ଏହି ପ୍ୟାକେଜରେ ଶ୍ରମିକ, ମଧ୍ୟବିତ୍ତ, କୁଟୀର ଶିଳ୍ପ, ପଶୁପାଳକ, ମତ୍ସ୍ୟଜୀବୀ ଠାରୁ ଆରମ୍ଭ କରି ସଙ୍କଟ ସମୟରେ ଯେଉଁମାନେ ଦେଶକୁ ରକ୍ଷା କରିଛନ୍ତି । ଏବଂ ନିଜର ଝାଳ ବୁହାଇ ସମର୍ଥନ କରି ଶ୍ରମ ଦେଇଛନ୍ତି ସେମାନେ ଏହି ପ୍ୟାକେଜରେ ଲାଭ ପାଇବେ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ଏହି ମେଗା ପ୍ୟାକେଜର ବିସ୍ତୃତ ରୂପରେଖ କିଭଳି ରହିବ ଏବଂ କେଉଁଭଳି ଭାବେ ଗରିବ ଏବଂ ଶ୍ରମିକମାନେ ଏହି ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ଲାଭ ପାଇବେ, ସେନେଇ ଆସନ୍ତାକାଲିଠୁ କିଛି ଦିନ ଯାଏଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶବାସୀଙ୍କୁ ଜଣାଇବେ ।  ଯାହାକି ଦେଶର ଆର୍ଥିକ ସଂସ୍କାର ଓ ଗରିବ ଏବଂ କୃଷକଙ୍କ ପକେଟକୁ ଯିବ ।