କନକ ବ୍ୟୁରୋ : ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବିମାନବନ୍ଦରରୁ ସିଧାସଳଖ ବାଇଡେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଉଭୟ ନେତା ଏକାଠି ବସି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଦୁଇ ରାଷ୍ଟ୍ରମୁଖ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ମିଳିତ ବିବୃତି ଜାରି କରିଛନ୍ତି ଦୁଇ ନେତା । ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ସମର୍ଥନ କରବାକୁ ବାଇଡେନ ପ୍ରତିଶ୍ରୁତି ଦେଇଛନ୍ତିି ।

Advertisment

ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ଦୁଇ ନେତା ସହମତ ହୋଇଛନ୍ତି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ରେ ସଫଳ ଅବତରଣ ପାଇଁ ମୋଦୀଙ୍କୁ ବାଇଡେନ୍ ଶୁଭେଛା ଜଣାଇଛନ୍ତି । ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ପାଇଁ ଭାରତକୁ ପ୍ରଶଂସା କରିଛନ୍ତି । ଏଥିସହ ଭାରତରେ ଆଗାମି ୫ବର୍ଷ ଭିତରେ ନିବେଶ କରିବାକୁ ଘୋଷଣା କରିଛନ୍ତି ବାଇଡେନ୍ । ତେବେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱର ସର୍ବପୁରାତନ ଗଣତନ୍ତ୍ରର ରାଷ୍ଟ୍ରପତିଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଅଟକି ରହିଛି, ସାରା ଦୁନିଆର ନଜର । କାରଣ ବାଇଡେନ୍ ରାଷ୍ଟ୍ରପତି ହେବା ପରେ, ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି ।

ଏଥିସହ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ, ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ଜି-୨୦ ସମ୍ମିଳନୀକୁ ଯୋଗ ଦେବାକୁ ଆସୁନଥିବାରୁ ବାଇଡେନ ଆସିବା ବିଶେଷ ଗୁରୁତ୍ୱ ରଖୁଛି । ବାଇଡେନ୍ ଦିଲ୍ଲୀରେ ପହଁଚିବା ପରେ, ବିମାନବନ୍ଦରରେ ରାଷ୍ଟ୍ରପତି ବାଇଡେନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏୟାରପୋର୍ଟରେ ବାଇଡେନଙ୍କ ସ୍ୱାଗତ ପାଇଁ ଓଡିଶୀ ଫ୍ୟୁଜନ୍ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ । ଆଉ ଏହାକୁ ତାଳିମାରି ଉପଭୋଗ କରିଥିଲେ ରାଷ୍ଟ୍ରପତି ବାଇଡେନ୍ । ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ଏହା ବାଇଡେନଙ୍କ ପ୍ରଥମ ଭାରତ ଗସ୍ତ । ଜି-୨୦ ସମ୍ମିଳନୀ ପାଇଁ ଫୋକସରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।