ଲୋକସଭା ନିର୍ବାଚନ ଯେଭଳି ପାଖେଇ ପାଖେଇ ଆସୁଛି ବିଜେପି ଏବଂ କଂଗ୍ରେସ ଭିତରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସାରା ଦେଶ ଏବେ ପୁଲୱାମା ଆକ୍ରମଣର ଶୋକ ମନାଉଥିବା ବେଳେ ବିଜେପି ଏବଂ କଂଗ୍ରେସ ଆତଙ୍କବାଦୀ ଆକ୍ରମଣକୁ ନେଇ ପରସ୍ୱର ଭିତରେ ଏବେ ପ୍ରଶ୍ନର ଆଙ୍ଗୁଳି ଉଠାଉଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ , “ମସୁଦ୍ ଅଜହରକୁ ପାକିସ୍ତାନ କିଏ ପଠାଇଥିଲା ? ଏହାର ଜବାବରେ ନରେନ୍ଦ୍ର ମୋଦି କହିଥିଲେ , ୨୦୦୮ ମସିହାରେ ହୋଇଥିବା ୨୬/୧୧ ଆକ୍ରମଣ ପରେ ତତକାଳୀନ ୟୁପିଏ ସରକାର ସେନାକୁ ପ୍ରତିଶୋଧ ନେବାରୁ ରୋକିଥିଲେ । ଗ୍ରେଟର୍ ନୋଏଡାରେ ଏକ ଜନସଭାରେ ସମ୍ବୋଧିତ କରି ମୋଦି ପାକିସ୍ତାନର ବାଲାକୋଟରେ ଭାରତର ଏୟାର ଷ୍ଟ୍ରାଇକ୍ ଉପରେ ପ୍ରମାଣ ମାଗୁଥିବା ଲୋକଙ୍କ ଉପରେ ୨୬/୧୧ ଆକ୍ରମଣର ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି କହିଥିଲେ , “ଭାରତ ଆଜି ନୂଆ ରୀତି,ନୂଆ ନୀତି” ଉପରେ କାମ କରେ । ସେ ଏହି କଥା ଉପରେ ଜୋର୍ ଦେଇ କହିଥିଲେ ଯେ ୨୦୧୬ ଉରୀ ଆକ୍ରମଣରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଭଳି ଆକ୍ସନ୍ ନିଆଯାଇଥିଲା । ଆମ ସୈନ୍ୟ ଆତଙ୍କବାଦୀଙ୍କ ଘରେ ପଶି ତାଙ୍କୁ ମାରିଥିଲେ । ଉରୀ ଆକ୍ରମଣ ପରେ ମଧ୍ୟ ପ୍ରମାଣ ମଗାଗଲା । ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ଆତଙ୍କବାଦୀ ମାନେ ପୁନଶ୍ଚ ଏଭଳି ଘଟଣା ହେବ ବୋଲି ମନେ କରିଥିଲେ ଯେଉଁଥିପାଇଁ ପାକ୍ ସୀମାରେ ସୈନ୍ୟ ମଧ୍ୟ ପ୍ରହରା ଦେବା ଆରମ୍ଭ କରିଦେଲେ କିନ୍ତୁ ଏଥର ଆକାଶମାର୍ଗରୁ ଷ୍ଟ୍ରାଇକ୍ କରାଗଲା । କିନ୍ତୁ ଦେଶର କିଛି ନେତାଙ୍କ ପାଇଁ ପାକିସ୍ତାନରେ ମଧ୍ୟ ତାଳି ବାଜୁଛି । ସେ କହିଥିଲେ ୨୦୧୪ ମସିହା ପର୍ଯ୍ୟନ୍ତ ରିମୋର୍ଟ ସରକାର ଥିଲା ଯେ ଜନତାଙ୍କ ନୁହଁ ନିଜ ସୁବିଧାକୁ ପ୍ରାଧାନ୍ୟ ଦେଉଥିଲେ । କିନ୍ତୁ ଏବେ ଭ୍ରଷ୍ଟଙ୍କୁ ମୋଦି ପାଇଁ କଷ୍ଟ ଅନୁଭବ ହେଉଛି । ତେଣୁ ଅଜବ ପ୍ରଶ୍ନ ପଚାରି ଶତ୍ରୁଦେଶକୁ ତାଳି ମାରିବା ଭଳି କାମ କରୁଛି ବିରୋଧି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/aa-Cover-s8d704f6ug1po5oj82620ultq2-20171215024033.Medi_.jpeg)
/kanak/media/post_attachments/wp-content/uploads/2019/03/2019-02-14T172659Z_1_LYNXNPEF1D1KW_RTROPTP_3_INDIA-KASHMIR-BLAST_1550207305989_1550207321935-300x169.jpg)
/kanak/media/post_attachments/wp-content/uploads/2019/03/BeFunky-collage-300x225.jpg)