କନକ ବ୍ୟୁରୋ : ଚନ୍ଦ୍ରଯାନ-୩ର ପରୀକ୍ଷଣ ପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ ମାଧ୍ୟମରେ ବୈଜ୍ଞାନିକଙ୍କ ପ୍ରତିଭାକୁ ସଲାମ କରିଥିବା ବେଳେ ମହାକାଶରେ ଭାରତ ନୂଆ ଅଧ୍ୟାୟ ଲେଖିଲା ବୋଲି ଟ୍ୱିଟ୍ କରିଛନ୍ତି । ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମର ଏହା ହେଉଛି ପରିଣାମ ବୋଲି ମୋଦୀ ଲେଖିଛନ୍ତି । ସେପଟେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ଇସ୍ରୋର ଏଭଳି ସଫଳତାକୁ ନେଇ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Advertisment

ସୂଚନା ଥାଉକି ଆଜି ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟା ସ୍ଥିତି ମହାକାଶ ଗବେଷଣା ସଂସ୍ଥା ଇସ୍ରୋରୁ ଉତକ୍ଷେପଣ କରାଯାଇଛି । ଏଲଭିଏମ-୩ ରକେଟ ଦ୍ୱାରା ଚନ୍ଦ୍ରଯାନ-୩କୁ ମହାକାଶକୁ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ପରେ ସଫଳତାର ସହ ତିନୋଟି ସୋପାନ ଅତିକ୍ରମ କରିଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରି ଇସ୍ରୋ ଇତିହାସ ରଚିଛି ।