କନକ ବ୍ୟୁରୋ: କରୋନା ଲଢେଇ ଭିତରେ ନିଜ ମନ କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଅକ୍ଷୟ ତୃତୀୟା ଓ ରମଜାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଦେଶର କୃଷକମାନେ ଭଗବାନ କୃଷ୍ଣଙ୍କ ପରି ଯିଏ ଦେଶବାସୀଙ୍କୁ ଅକ୍ଷୟ ପାତ୍ର ଯୋଗାଇଛନ୍ତି ବୋଲି କହିବା ସହ ପବିତ୍ର ଅକ୍ଷର ତୃତୀୟାର ଅର୍ଥ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

କ୍ଷୟର ଅର୍ଥ ବିନାଶ, ମାତ୍ର ଯାହା କେବେ ନଷ୍ଟ ହୁଏ ନାହିଁ କି ଶେଷ ହୁଏ ନାହିଁ ସେ ହେଉଛି ଅକ୍ଷର । ନିଜ ନିଜ ଘରେ ଆମେ ସମସ୍ତେ ଏହି ପର୍ବକୁ ପ୍ରତିବର୍ଷ ବେଶ୍ ଉତ୍ସାହର ସହ ପାଳନ କରିଥାନ୍ତି କିନ୍ତୁ ଚଳିତ ବର୍ଷ ଆମେ ପାଇଁ ଏହାର ବିଶେଷ ମହତ୍ୱ ରହିଛି । ଆଜିର ଏହି କଠିନ ସମୟରେ ଆଜି ଏଭଳି ଏକ ଦିନ ପହଂଚିଛି ଯାହା ଆମକୁ ଅନୁଭବ କରାଇଦେଇଛି କି, ଆମର ଆତ୍ମା, ଆମର ଭାବନା ଅକ୍ଷୟ । ଯେତେ ବାଧାବିଘ୍ନ ଆସିଲେ ବି ଏହାକୁ ଲଢିବା ଏବଂ ଜୁଝିବାର ମାନବୀୟ ଭାବନା ଅକ୍ଷୟ । ବିଶ୍ୱାସ ରହିଛି ଯେ, ଏହି ଦିନ , ଯେଉଁ ଦିନ ଭଗବାନ ଶ୍ରୀକୃଷ୍ଣ ଏବଂ ସୂର୍ଯ୍ୟ ଦେବତାଙ୍କ ଆର୍ଶୀବାଦରେ ପାଣ୍ଡବଙ୍କୁ ଅକ୍ଷୟ ପାତ୍ର ମିଳିଥିଲା । ଏହା ଏଭଳି ଏକ ପାତ୍ର ଯେଉଁଥିରେ ଖାଦ୍ୟ କେବେ ଶେଷ ହୋଇନଥାଏ । ଆମର ଅନ୍ନଦାତା ଚାଷୀ ପ୍ରତିଟି ପରିସ୍ଥିତିରେ ଦେଶ ପାଇଁ , ଆମ ସମସ୍ତଙ୍କ ପାଇଁ ଏଭଳି ମନଭାବ ନେଇ ପରିଶ୍ରମ କରୁଛନ୍ତି । ଆଉ ଏମାନଙ୍କ ଲାଗି ପ୍ରତିଟି ଗରିବ ପାଇଁ ଦେଶ ପାଖରେ ଅକ୍ଷୟ ଭଣ୍ଡାର ରହିଛି ବୋଲି କହିଛନ୍ତି ମୋଦି । ସେହିଭଳି ଅକ୍ଷର ତୃତୀୟା ପର୍ବକୁ ଦାନ ଶକ୍ତିର ଏକ ଅବସର ମଧ୍ୟ କୁହାଯାଏ ବୋଲି ମନ କୀ ବାତ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେହିପରି ରମଜାନ ଅବସରରେ ପୂର୍ବ ଅପେକ୍ଷା ଅଧିକ ପ୍ରାର୍ଥନା କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଫଳରେ ଇଦ୍ ପୂର୍ବରୁ କୋଭିଡ ୧୯ ଦେଶରୁ ଦୂରେଇ ଯାଇଥିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।