‘ ମୋତେ ଦୁଇ ମା’ଙ୍କ ଆଶୀର୍ବାଦ ମିଳିଛି, ଯାହା ଓଡିଶାରେ ବିରାଟ ପରିବର୍ତ୍ତନର ଉଦାହରଣ’ । କନ୍ଧମାଳ ଜନସଭାରେ ମାତୃଶକ୍ତିକୁ ପ୍ରଶଂସା କଲେ ମୋଦୀ ।

406

କନକ ବ୍ୟୁରୋ: ଓଡିଶାରେ ମାରାଥନ୍ ପ୍ରଚାର କ୍ରମରେ ଆଜି ପ୍ରଥମେ କନ୍ଧମାଳରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ପାଟଖଣ୍ଡା ଓ ମା’ ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭୀଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଛନ୍ତି ।

ଜନସଭା ଆରମ୍ଭରେ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିବା ବୃଦ୍ଧା ତୁଳା ଦେବୀ ଓ ପଦ୍ମ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ । ସେମାନଙ୍କୁ ପ୍ରଣାମ କରିବା ସହ ସମାଜକୁ ସେମାନଙ୍କ ଦୃଷ୍ଟାନ୍ତ ଦେଇଥିଲେ । ପ୍ରଥମେ ବୃଦ୍ଧା ତୁଳା ବେହରାଙ୍କ ତ୍ୟାଗ କଥା ବଖାଣିଥିଲେ । ତୁଳା ବେହେରା ଜଣେ ନିଃସ୍ୱ ମହିଳା । ତାଙ୍କ ପାଖରେ କିଛି ନାହିଁ, କେହି ନାହାଁନ୍ତି । ଭିକ୍ଷା ମାଗି ନିଜ ପେଟ ପୋଷନ୍ତି । କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି , ଭିକ୍ଷା ମାଗି ମାଗି ସଞ୍ଚୟ କରିଥିବା ୧ ଲକ୍ଷ ଟଙ୍କା ସେ ନିିଜ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ଦାନ କରିଛନ୍ତି । ତାଙ୍କର କିଛି ଆବଶ୍ୟକତା ରହିଛି ବୋଲି ତୁଳା ବେହେରାଙ୍କୁ ପଚାରିଥିଲେ ମୋଦୀ ହେଲେ ଉତ୍ତରରେ ତୁଳା ବେହେରା କହିଥିଲେ, ତାଙ୍କର କିଛି ଲୋଡା ନାହିଁ ଲୋଡା କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ।

ଏହାପରେ ସେ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିବା ଆଦିିବାସୀ ମହିଳା ପୁୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସା କରିଥିଲେ । କହିଥିଲେ, ‘ସେ ହେଉଛନ୍ତି ଆଦିବାସୀ ଭାଷାରେ ଭଜନ , ଜଣାଣ ରଚନା କରୁଥିବା କବୀର, ଯିଏ ଆଦିବାସୀ ଭାଷାରେ ସ୍ୱତଃସ୍ପୁର୍ତ୍ତ ଭାବେ ଭଜନ ଲେଖି ଈଶ୍ୱରଙ୍କୁ ସମର୍ପଣ କରନ୍ତି । ତାଙ୍କ ଭକ୍ତି ଅନନ୍ୟ । ଆଜି କନ୍ଧମାଳରେ ଏହି ଦୁଇ ମା’ଙ୍କ ଆଶୀର୍ବାଦ ମୋତେ ମିଳିଛି । ଦୁଇ ମା’ ଆଜି ମୋତେ ଏଭଳି ଆଶୀର୍ବାଦ ଦେଇଛନ୍ତି ଯାହା ସେ ଜୀବନ ସାରା ଭୁଲିପାରିବେ ନାହିଁ । ଏମିତି ଦୁଇ ମା’ଙ୍କ ଆଜି ମୋତେ ଆଶୀର୍ବାଦ କରିଛନ୍ତି , ଆଜି ମୋତେ ପୁରା କନ୍ଧମାଳର ଆଶୀର୍ବାଦ ତାଙ୍କୁ ମିଳିଛି, ପୁରା ଓଡିଶାର ଆଶୀର୍ବାଦ ମୋତେ ମିଳିଛ, ଯାହା ଓଡିଶାରେ ଏକ ବଡ ପରିବର୍ତ୍ତନର ଉଦାହରଣ’ ।