ଦେଶରେ ବଢ଼ିବ କି ଲକ୍ ଡାଉନ୍ ଅବଧି? ସକାଳ ୧୦ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ: ସଂପୂର୍ଣ୍ଣ ଲକ୍ ଡାଉନ୍ ନା’ ଭିନ୍ନ ନୀତି ଗ୍ରହଣ କରିବ କେନ୍ଦ୍ର, ତା ଉପରେ ନଜର

ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା

175

କନକ ବ୍ୟୁରୋ: ଓଡିଶା ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ହେଲେ ସାରା ଦେଶରେ କଣ ରହିବ ଲକଡାଉନର ଚିତ୍ର ସେନେଇ ଆଜି ହୋଇପାରେ ଏକ ବଡ ଘୋଷଣା । ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଲକଡାଉନ ଅବଧି ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏମିତିକି ଲକଡାଉନ ଅବଧି ବୃଦ୍ଧି ନେଇ ସଙ୍କେତ ବି ଦେଇଥିଲେ । ଆଉ ସେବେଠାରୁ ପୁରା ଦେଶ ମୋଦିଙ୍କ ବାର୍ତାକୁ ଅପେକ୍ଷା କରିଛି । ଆଶା କରାଯାଉଛି କିଛି କଟକଣା କୋହଳ କରିବା ସହ ଲକଡାଉନ ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି ।

Comments are closed.